ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ କୋଲ୍ହାନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ କୋଲ୍ହାନ୍ ବିଶ୍ୱବିଦ୍ୟାଳୟ, ଚାଇଁବସା, ଝାଡ଼ଖଣ୍ଡ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର ହୋଇଛି । ଏଥିରେ କୋଲ୍ହାନ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଙ୍ଗାଧର ପଣ୍ଡା, କୁଳସଚିବ ଜୟନ୍ତ ଶେଖର ଓ ଏମ୍ଓୟୁର ସଂଯୋଜକ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକେତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ, ଏମ୍ଓୟୁ ସଂଯୋଜକ ପ୍ରଫେସର ଅନିଲ କୁମାର ମହାପାତ୍ର, କୁଳସଚିବ କୁକୁମୀନା ଦାସ ପ୍ରମୁଖଙ୍କ ସମେତ ଫକୀରମୋହନ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକବୃନ୍ଦ ଉପସ୍ଥିତ ଥିଲେ ।
ଫକୀରମୋହନ ବିଶ୍ୱବିଦ୍ୟାଳୟ ସହିତ ଏହି ଅନୁବନ୍ଧନ ସ୍ୱାକ୍ଷର ଉଭୟ କ୍ଷେତ୍ରର ସାମାଜିକ – ସାଂସ୍କୃତିକ ତଥା ଶୈକ୍ଷିକ ଆଦାନପ୍ରଦାନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହି ସ୍ୱାକ୍ଷରନାମା ଉଭୟ ବିଶ୍ୱବିଦ୍ୟାଳୟ ପାଇଁ ବିଭିନ୍ନ ଦିଗରୁ ଅନେକ ସୁଯୋଗ ସୃଷ୍ଟି କରିବ । ବିଶେଷତଃ ଗୁଣାତ୍ମକ ମୂଲ୍ୟବୋଧ ଭିତ୍ତିକ ଗବେଷଣା, ଆନ୍ତଃବିଦ୍ୟା ମୂଳକ ଅଧ୍ୟୟନ ଓ ବିଦ୍ୟାର୍ଥୀ ମାନଙ୍କର ପାରସ୍ପରିକ ଜ୍ଞାନବିନିମୟ ସଙ୍ଗଠିତ ହୋଇପାରିବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ।
