ବଙ୍ଗାଳପୁରରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର
ସିମୁଳିଆ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ଏହି ଅବସରରେ ଦଳୀୟ କର୍ମୀ ଓ ସମର୍ଥକ ମାନେ ନିର୍ବାଚନ ମୈଦାନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କୁ ସାଥିରେ ଧରି ବଙ୍ଗାଳପୁର ପଞ୍ଚାୟତର ୧୧ଟି ୱାର୍ଡ଼ରେ ମୋଟର ସାଇକେଲ ର୍ୟାଲି କରିଥିଲେ ।
ପରେ ବଙ୍ଗାଳପୁର ହରିହାଟ ପଡ଼ିଆରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଯୁବକର୍ମୀ ଉପେନ୍ଦ୍ର ମଲିକଙ୍କ ମଞ୍ଚ ସଞ୍ଚାଳନାରେ ଅନୁଷ୍ଠିତ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ୧୧ଟି ୱାର୍ଡ଼ର ୱାର୍ଡ଼ସଭ୍ୟ ପ୍ରାର୍ଥୀ, ସରପଞ୍ଚ ପ୍ରାର୍ଥୀ ଅମର ପତି, ଜିଲା ପରିଷଦ ପ୍ରାର୍ଥୀ କ୍ଷୀତିଶ କୁମାର ମହାନ୍ତି ଓ ସମିତିସଭ୍ୟ ପ୍ରାର୍ଥୀନୀ କଟି ସିଂ ଯୋଗ ଦେଇଥିଲେ । ବଙ୍ଗାଳପୁର ପଞ୍ଚାୟତକୁ ଜିଲାରେ ୧ନଂ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସମସ୍ତ ପ୍ରାର୍ଥୀ ମାନେ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଜିଲା ପରିଷଦ ପ୍ରାର୍ଥୀ କ୍ଷୀତିଶ କୁମାର ମହାନ୍ତି ଦଳୀୟ ବିଜେଡି ଏକ ଶାନ୍ତି ଶୃଙ୍ଖଳାର ଦଳ ଓ ଏହା ପ୍ରଗତୀଶୀଳ ବୋଲି କହିଥିଲେ । ସେହିପରି ସରପଞ୍ଚ ପ୍ରାର୍ଥୀ ଅମର ପତି ପଞ୍ଚାୟତ ପାଇଁ ଯଦି ମୁଁ କିଛି କରିଛି ବା ଉପଯୁକ୍ତ ପ୍ରାର୍ଥୀ ବୋଲି ଭାବୁ ଥାଆନ୍ତି ତେବେ ମୋତେ ଭୋଟ ଦିଅନ୍ତୁ, ମୁଁ ହାରେ କିମ୍ବା ଜିତେ ଲୋକ ମାନଙ୍କ ସହିତ ରହିବି ବୋଲି ପ୍ରତିଶୃତିକୁ ପ୍ରଶଂସା କରାଯାଇଥିଲା ।
