ବିବାହ ବନ୍ଧନରେ ବାନ୍ଧି ହେବେ କୋରିଆନ ଫେମସ ଯୋଡି ହ୍ୟୁନ ବିନ ଓ ସନ ୟେ ଜିନ
SEOUL, SOUTH KOREA - DECEMBER 09: Actor Hyun-Bin and actress Son Ye-Jin during a press conference of tvN drama 'Crashing Landing On You' at Four Seasons Hotel on December 09, 2019 in Seoul, South Korea. (Photo by The Chosunilbo JNS/Imazins via Getty Images)
ନୂଆଦିଲ୍ଲୀ : ଏବେ କୋରିଆନ ୱେବ ସିରିଜ ଚାହିଦା ବହୁତ । ଯାହା କି ଲୋକ ମାନେ ବହୁତ ପସନ୍ଦ କରନ୍ତି । କୋରିଆନ ସିରିଜର ବଡ ଦାମୀ କଳାକାର ସନ ୟେ ଜିନ ଓ ହ୍ୟୁନ ବିନ ଯାହା କୁ କି ବା ନ ଜାଣେ । ଏହି ଯୋଡିକୁ ସମସ୍ତେ ପସନ୍ଦ କରନ୍ତି । ସନ ଓ ହ୍ୟୁନ ୨୦୧୮ରେ ଆକ୍ସନ ଥ୍ରୀଲର ଫିଲ୍ମ ଦ ନେଗୋସିଏସନରେ ଏକାଠି କାମ କରିଛନ୍ତି ।
ବର୍ତ୍ତମାନ ସନ ଇନଷ୍ଟାରେ ଏକ ଫଟୋ ସହ ସେୟାର କରିଛନ୍ତି ଯେ ଏହି କାହାଣୀ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏହାକୁ ସେୟାର କିପରି କରିବି ସେ ବିଷୟରେ ବହୁତ ଭାବିଲି । ହେଲେ ଏବେ ମୁଁ ଜଣକୁ ପାଇଛି ଯାହା ସହ ବାକି ଥିବା ଜୀବନ ମୁଁ ବିତାଇବି । ସେ ତାଙ୍କ ଉଲ୍ଲେଖ ନକରି ସେ କହିଛନ୍ତି କି ସେ ତାଙ୍କ ସହ ସୁରକ୍ଷିତ ଅନୁଭବ କରନ୍ତି । ଇନଷ୍ଟାଗ୍ରାମରେ ତାଙ୍କ ଏଜେନ୍ସି ଭାଷ୍ଟ ଏଣ୍ଟରଟେନମେଣ୍ଟ ଦ୍ୱାରା ସେୟାର କରାଯାଇଥିବା ଚିଠିରେ ହ୍ୟୁନ କହିଛନ୍ତି କି ସେ ସନଙ୍କୁ ବିବାହ କରିବାକୁ ଯାଉଛନ୍ତି ଯିଏ ସବୁବେଳେ ତାଙ୍କୁ ହସାଇଥାନ୍ତି ।
