ବାତିଲ ହେଲା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ
ମେଲବର୍ଣ୍ଣ: ଆସନ୍ତା ମାସ ହେବାକୁ ଥିବା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ ବାତିଲ । ନ୍ୟୁଜିଲ୍ୟାଣ୍ଡ ସୀମାରେ ଲାଗୁ କୋଭିଡ-୧୯ ପ୍ରତିବନ୍ଧକ କାରଣରୁ ଏହି ୩ ଟିକିଆ ଟି-୨୦ ସିରିଜ ବାତିଲ ହୋଇଛି । ନ୍ୟୁଜିଲାଣ୍ଡର ନେପିୟରରେ ଏହି ମ୍ୟାଚ୍ ଖେଳା ଯାଇଥାନ୍ତା ।
କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ଏବଂ ନ୍ୟୁଜିଲାଣ୍ଡ କ୍ରିକେଟ ମ୍ୟାଚ୍ ବାତିଲ୍ ନେଇ ମିଳିତ ଭାବେ ନିଷ୍ପତି ନେଇଛି । ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ମାର୍ଚ୍ଚ ୧୭, ୧୮ ଏବଂ ୨୦ ରେ ସିରିଜ୍ ଆରମ୍ଭ ହୋଇଥାନ୍ତା । ନ୍ୟୁଜିଲାଣ୍ଡ ପକ୍ଷରୁ ଏହି ତିନି ଦିନିଆ ଟି-୨୦ ସିରିଜ ଆୟୋଜନ କରା ଯାଇଥିଲା । ବର୍ତମାନ ସରକାର ସୀମାରେ ଲଗାଇଥିବା କଟକଣା କାରଣରୁ ମ୍ୟାଚ ବାତିଲ କରାଯାଇଛି । କ୍ରିକେଟ ଅଷ୍ଟ୍ରେଲିଆ ସିଇଓ ନିକ୍ ହକଲି କହିଛନ୍ତି ଯେ, ମ୍ୟାଚ୍ ଆୟୋଜନ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟକୁ ଅଶେଷ ଅଶେଷ ଧନ୍ୟବାଦ, କିନ୍ତୁ ଦୁର୍ଭାଗ୍ୟବଶତଃ ମ୍ୟାଚ ଅନୁଷ୍ଠିତ ହୋଇପାରୁ ନାହିଁ ।
