ଦୀପିକାଙ୍କୁ ଟ୍ରୋଲ କଲେ ୟୁଜର! ବିକିନି ପିନ୍ଧା ଫଟୋ ଦେଖି ସୋସିଆଲ ମିଡିଆ ଗରମ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରାୟ ସମୟରେ ଏଭଳି କିଛି ଡ୍ରେସ ପିନ୍ଧିଥାନ୍ତି । ଯାହାକୁ ନେଇ ତାଙ୍କୁ ଟ୍ରୋଲ ହେବାକୁ ପଡ଼େ । ପୁଣି ଥରେ ଦୀପିକାଙ୍କୁ ଟ୍ରୋଲ କରିଛନ୍ତି ୟୁଜର । ବର୍ତ୍ତମାନ ଗେହରାଇୟାଁର ପ୍ରମୋସନ ପାଇଁ ଦୀପିକା ଓ ଅନନ୍ୟା ଇଭେଣ୍ଟରେ ପହଞ୍ଚିଥିଲେ । ସେଠାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ନୂଆ ଗେଟଅପରେ ଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ, ଫିଲ୍ମର ପ୍ରମୋସନ ପାଇଁ ଦୀପିକା ପାଦୁକୋନ୍ ଏକ ସ୍ୱିମ୍ସୁଟ୍ ଡିଜାଇନ୍ ବଡି ସୁଟ୍ ଏବଂ ଡେନିମ୍ ଜୋଗର୍ ପିନ୍ଧିଥିଲେ । ଅଭିନେତ୍ରୀଙ୍କ ଏହି ନୂଆ ଷ୍ଟାଇଲ୍ ଅନେକ ଲୋକଙ୍କୁ ଅସନ୍ତୋଷ କରାଇଛି । ଦୀପିକାଙ୍କର ଏହି ଡ୍ରେସ୍ ପାଇଁ ଟ୍ରୋଲର୍ସଙ୍କ ଶିକାର ହେବାକୁ ପଡିଛି । ଏହି ଫଟୋ ବା ଭିଡିଓକୁ ସୋସିଆଲ ମିଡିଆରେ ଦେଖି ଲୋକମାନେ ଦୀପିକା ପାଦୁକୋନଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି ।
ୟୁଜର୍ସମାନେ କହିଛନ୍ତି ଯେ, ସମୟର ଗତି ସହିତ ଦୀପିକା ପାଦୁକୋନଙ୍କ ଡ୍ରେସିଂ ସେନ୍ସ ମଧ୍ୟ ଖରାପ ହେଲାଣି । ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, ଦୀପିକା ବର୍ତ୍ତମାନ ଉର୍ଫିଙ୍କ ସହ ବନ୍ଧୁ ହୋଇଯାଇଛନ୍ତି ବୋଧେ । ଜଣେ ଲେଖିଛନ୍ତି ଦୀପିକାଙ୍କୁ ଏହି ବିକିନିର ଉପର ଭର୍ସନ ଡ୍ରେସ୍କୁ କିଏ ଦେଇଛି ? ଦୀପିକା ପାଦୁକୋନଙ୍କ ଏହି ପୋଷାକ ଉପରେ ଏଭଳି ଅନେକ ମନ୍ତବ୍ୟ ଆସିଛି ।
