ମା’ଙ୍କ ସହ ଏକ ଫଟୋ ସେୟାର କଲେ ସଲମାନ! ଲେଖିଲେ ମାଆର କୋଳରେ ସ୍ୱର୍ଗ ଅଛି, ଭାବବିହ୍ୱଳ ହେଲେ ପ୍ରଂଶସକ
ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ ଫ୍ୟାମିଲ ମ୍ୟାନ କୁହାଯାଏ । ସେ ନିଜେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । କିନ୍ତୁ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସହିତ ତାଙ୍କର ସମ୍ପର୍କ ଅତି ନିବିଡ଼ । ସଲମାନ ତାଙ୍କ ପିତାଙ୍କୁ ବହୁତ ସମ୍ମାନ କରନ୍ତି ଏବଂ ତାଙ୍କ ମା’ଙ୍କର ମଧ୍ୟ ଯତ୍ନ ନିଅନ୍ତି । ସଲମାନ ମଧ୍ୟ ଅନେକ ସମୟରେ ତାଙ୍କ ମା’ ସହିତ ଫଟୋ ସେୟାର କରନ୍ତି । କିନ୍ତୁ ଏହା ଜରୁରୀ ନୁହେଁ ଯେ, ମା’ ସହିତ ଫଟୋ କେବଳ ଏକ ବିଶେଷ ଉତ୍ସବରେ ସେୟାର କରାଯିବା ଉଚିତ୍ । ଏବେ ସଲମାନ ଖାନ ତାଙ୍କ ମା’ଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏବଂ ଏହି ଫଟୋର ସରଳତା ହେଉଛି ଏହାର ବିଶେଷତା । କୁହାଯାଏ ଯେ, ମାଆର କୋଳରେ ସ୍ୱର୍ଗ ଅଛି ।
ଏପରିକି ସଲମାନ ଖାନ ନିଜେ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ସହମତ ପ୍ରକାଶ କରିଛନ୍ତି । ନିକଟରେ ସଲମାନ ନିଜ ମା’ଙ୍କ ସହ ଏକ ସୁନ୍ଦର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ସଲମାନ ତାଙ୍କ ମା’ଙ୍କ କୋଳରେ ଶୋଇଥିବାର ନଜର ଆସିଛନ୍ତି । ସଲମାନ ସବୁଜ ଟି-ସାର୍ଟରେ ଥିବାବେଳେ ତାଙ୍କ ମା’ ସୁଶୀଲା ସାଲୱାର-ସୁଟରେ ନଜର ଆସିଛନ୍ତି । ଏହି ଫଟୋରେ ମା’ର ସ୍ନେହ ଓ ପ୍ରେମ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଏହି ଫଟୋ ସେୟାର କରିବାକୁ ସଲମାନଙ୍କ ପାଇଁ ମାତ୍ର ଏକ ଘଣ୍ଟା ସମୟ ଲାଗିଥିଲା ଏବଂ ଏହାକୁ ୧୦ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ଫଟୋ ସହିତ ସଲମାନ କ୍ୟାପସନରେ ଲେଖିଛନ୍ତି- ‘ମା’ କୋଳ … ସ୍ୱର୍ଗ ।’ ସଲମାନଙ୍କ ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ।
