ଆଜିର ଭାଗ୍ୟଫଳ (ଗୁରୁବାର, ୧୦/୦୨/୨୦୨୨), ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ଆଜି ୨୦୨୨ ଫେବୃୟାରୀ ୯ ତାରିଖ । ବୁଧବାର । ମକର ମାସ ୨୭ ଦିନ । ମାଘମାସ । ଶୁକ୍ଳପକ୍ଷ । ମଳ ଅଷ୍ଟମୀତିଥି ସକାଳ ୮ଟା ୩୧ମିନିଟ୍ ଗତେ ନବମୀ ତିଥି । କୃତ୍ତିକା ନକ୍ଷତ୍ର । ବୃଷ ରାଶିରେ ଚନ୍ଦ୍ର । ବ୍ରହ୍ମ ଯୋଗ ସନ୍ଧ୍ୟା ୫ଟା ୫୦ମିନିଟ୍ ଗତେ ଇନ୍ଦ୍ର ଯୋଗ । ବବ କରଣ ସକାଳ ୮ଟା ୩୧ମିନିଟ୍ ଗତେ ବାଳବ କରଣ । କର୍କଟ ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର । ନଡିଆ, ଆମିଷ ନ ଖାଇଲେ ଭଲ ସକାଳ ୮ଟା ୩୧ମିନିଟ୍ ପରେ ଲାଉ ନ ଖାଇଲେ ଭଲ । ଯୋଗିନୀ- ଐଶାନ୍ୟେ ସକାଳ ୮ଟା ୩୧ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ ।
ଶ୍ରାଦ୍ଧ ତର୍ପଣ- ନବମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୯ଟା ୧୧ମିନିଟ୍ ରୁ ୧୦ଟା ୩୬ମିନିଟ୍, ଦିବା ୧୨ଟା ରୁ ଦିବା ୧ଟା ୨୫ମିନିଟ୍, ରାତ୍ରି ୩ଟା ୧୧ମିନିଟ୍ ରୁ ୪ଟା ୪୬ମିନିଟ୍ । ଶୁଭସମୟ- ସକାଳ ୬ଟା ୨୩ମିନିଟ୍ ରୁ ୭ଟା ୫୧ମିନିଟ୍, ଦିବା ୧୦ଟା ୩୭ମିନିଟ୍ ରୁ ୧୧ଟା ୩୭ମିନିଟ୍, ଦିବା ୧ଟା ୫୪ମିନିଟ୍ ରୁ ୪ଟା ୫୩ମିନିଟ୍, ସନ୍ଧ୍ୟା ୬ଟା ୩୧ମିନିଟ୍ ରୁ ୧୦ଟା ୪୩ମିନିଟ୍, ରାତ୍ର ୨ଟା ୮ମିନିଟ୍ ରୁ ରାତ୍ର ୩ଟା ୧୦ମିନିଟ୍, ରାତ୍ର ୪ଟା ୪୭ମିନିଟ୍ ରୁ ୬ଟା ୨୧ମିନିଟ୍ ।
ମେଷ : ଶୁକ୍ଳପକ୍ଷର ଦ୍ୱିତୀୟ ଚନ୍ଦ୍ର ହେତୁ ଆର୍ଥିକ ସ୍ଥିତିରେ ଉନ୍ନତି, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଫେରି ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖା ଦେବ ଏବଂ ମନରେ ଅସ୍ଥିରତା ଭାବ ପ୍ରକାଶ ପାଇବ। ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ। ମହିଳାମାନେ ଘରୋଇ ଉପକରଣ କ୍ରୟ କରିବେ।ଶୁଭରଙ୍ଗ-ଧଳା, ଶୁଭ ସଂଖ୍ୟା-୬, ଆରାଧନା-ପ୍ରଭୁହନୁମାନ ।
ବୃଷ : ଶ୍ରୀଚନ୍ଦ୍ର ହେତୁ ସ୍ୱଜନ, ପ୍ରିୟଜନ, ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ, ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ସୁଖାଦ୍ୟ, ସୁବସନ ପ୍ରାପ୍ତି ଏବଂ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ପରିଶ୍ରମ ତୁଳନାରେ ସଫଳତା ଅଧିକ ମିଳିବ। ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଆମୋଦପ୍ରମୋଦରେ ମନ ଦେବେ। ମହିଳାମାନେ ସୁଖୀହେବେ।ଶୁଭରଙ୍ଗ-ନୀଳ, ଶୁଭ ସଂଖ୍ୟା-୨, ଆରାଧନା-ମା’ କମଳା ।
ମିଥୁନ : ଅପବ୍ୟୟ, ଅପବାଦ ଓ ଅପଯଶର ଶିକାର ହେବେ। ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତାଶାଭାବ ପ୍ରକାଶ ପାଇବ। ସତ୍ସଙ୍ଗ ପରିତ୍ୟାଗ କରି କୁସଙ୍ଗରେ ପଡ଼ିବେ ଏବଂ ଅନୁଚିତ କର୍ମ ପ୍ରତି ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ ଏବଂ ସମସ୍ତ କର୍ମରେ ଆଳସ୍ୟତାଭାବ ପ୍ରକାଶ ପାଇବ। ଯେଉଁମାନଙ୍କର ପୁନର୍ବସୁ ମିଥୁନ ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ା ବିତ୍କର୍ମରୁ ଦୂରେଇ ଯିବେ। ମହିଳାମାନେ ଅସ୍ଥିରମନା ହେବେ। ଶୁଭରଙ୍ଗ-କଫି, ଶୁଭ ସଂଖ୍ୟା-୪, ଆରାଧନା-ମା’ ତ୍ରିପୁରସୁନ୍ଦରୀ ।
କର୍କଟ : ଏକାଦଶ ଚନ୍ଦ୍ର ହେତୁ ଆୟର ମାର୍ଗ ଅତି ଉତ୍ତମ ରହିବ ଏବଂ ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତି ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଅର୍ଜିତ ଧନକୁ ଉନ୍ନତିମୂଳକ କର୍ମରେ ଖର୍ଚ୍ଚ କରିବେ। କର୍ମରେ ସଫଳତା, ସମ୍ମାନ ଏବଂ ସମସ୍ତଙ୍କର ପ୍ରିୟଭାଜନ ହେବେ। ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଧ୍ୟାନ ଦେବେ। ମହିଳାମାନେ ଆୟରପନ୍ଥା ନିରୂପଣ କରିବେ।
ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୫, ଆରାଧନା-ଭଗବାନ ଶିବ ।
ସିଂହ : କର୍ମପ୍ରତି ଅଧିକ ଗୁରୁତ୍ୱ ଓ ଧ୍ୟାନ ଦେବେ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା ଓ କାର୍ଯ୍ୟ ଦକ୍ଷତା ପ୍ରକାଶ ପାଇବ। ସମସ୍ତ କଷ୍ଟସାଧ୍ୟ କର୍ମ ଆଜି ଆପଣଙ୍କ ପାଇଁ ସହଜ ହେବ ଏବଂ ଆଜି ଯେ କୌଣସି କାମ ହାତକୁ ନେବେ ସେଥିରେ ସଫଳତା ପ୍ରାପ୍ତି ହେବ। ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ ।ଯେଉଁମାନଙ୍କର ମଘା ଓ ଉତ୍ତରାଫାଲଗୁନୀ ସିଂହ ସେମାନେ ଅଧିକ ସଫଳତା ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ। ମହିଳାମାନେ ଚଞ୍ଚଳମତି ହେବେ।
ଶୁଭରଙ୍ଗ-ହଳଦିଆ, ଶୁଭ ସଂଖ୍ୟା-୬, ଆରାଧନା-ପ୍ରଭୁଗଜାନନ ।
କନ୍ୟା : ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ। ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଏବଂ ସମସ୍ତଙ୍କର ପ୍ରଶଂସାଭାଜନ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ପଦମର୍ଯ୍ୟାଦା ଅତୁଟ ରହିବ। ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରାକନ୍ୟା ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଯଶସ୍ୱୀ ହେବେ। ମହିଳାମାନେ ପରୋପକାରୀ ହେବେ।
ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୮, ଆରାଧନା-ପ୍ରଭୁ ନାରାୟଣ ।
ତୁଳା : ଘାତବାର ଓ ଅଷ୍ଟମଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ। ବାଣିଜ୍ୟ, ବ୍ୟବସାୟରେ ଆୟ ଯାହା ହେବତା’ଠାରୁ ଅଧିକ ଅଯଥା ଖର୍ଚ୍ଚ ହେବ ଏବଂ କର୍ମରେ ବାଧାବିଘ୍ନ ଏବଂ ବହୁ ସମସ୍ୟାର ସମ୍ମୁଖୀନ ହେବେ। ଯେଉଁମାନଙ୍କର ବିଶାଖାତୁଳା ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରୁ ବିଚ୍ୟୁତ ହେବେ। ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ।
ଶୁଭରଙ୍ଗ-ସିଲ୍ଭର, ଶୁଭ ସଂଖ୍ୟା-୪, ଆରାଧନା-ମା’ ସମଲେଶ୍ୱରୀ ।
ବିଛା : ଘାତଚନ୍ଦ୍ର ହେତୁ ପରିବାରରେ ବିବାଦ, ଦାମ୍ପତ୍ୟ ଜୀବନରେ କଳହ କିମ୍ବା ଧର୍ମପତ୍ନୀଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ସ୍ତ୍ରୀହେତୁକ ଧନକ୍ଷତି ଏବଂ ଅପମାନ ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଆର୍ଥିକ ସଙ୍କଟ ଦେଖା ଦେବ। କର୍ମରେ ବିଫଳତା, ମହିଳା ସହକର୍ମୀଙ୍କ ସହ ବିବାଦ କିମ୍ବା ତାଙ୍କ ଠାରୁ ଅପମାନ ପାଇବେ। ଯେଉଁମାନଙ୍କର ବିଶାଖାବିଛା ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ମଉଜମଜଲିସ୍ରେ ମନ ଦେବେ। ମହିଳାମାନେ ପରିବାରରେ ବିବାଦ ସୃଷ୍ଟି କରିବେ।ଶୁଭରଙ୍ଗ-ଲାଲ, ଶୁଭ ସଂଖ୍ୟା-୩, ଆରାଧନା-ମା’ ବଗଳାମୁଖୀ ।
ଧନୁ : ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଚାଲିଚଳନ, ବ୍ୟବହାର ମାର୍ଜିତ ଏବଂ ସର୍ବଜନ ଆଦୃତ ହେବ। ରୋଗ, ଋଣ ଓ ଶତ୍ରୁ-ଏ ତିନୋଟିରୁ କିଛିମାତ୍ରାରେ ମୁକ୍ତି ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ। ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଉଚ୍ଚମନା ହେବେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ।ଶୁଭରଙ୍ଗ-ହଳଦିଆ, ଶୁଭ ସଂଖ୍ୟା-୩, ଆରାଧନା-ପ୍ରଭୁଗଜାନନ ।
ମକର : ଶୁକ୍ଳପକ୍ଷର ପଞ୍ଚମ ଚନ୍ଦ୍ରହେତୁ ପାଞ୍ଚୋଟି କର୍ମରେ ଅତ୍ୟଧିକ ଶୁଭଫଳ ପ୍ରାପ୍ତି ହେବ। ବିଦ୍ୟାରେ ସଫଳତା ଏବଂ ନୂତନ ବିଦ୍ୟା ପ୍ରତି ଆଗ୍ରହ ଜାତ ହେବ। ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ତାଙ୍କ କର୍ମରୁ ନେଇ ଗର୍ବ ଅନୁଭବ କରିବେ। ପିତାମାତାଙ୍କ କୃପାଏବଂ ଯଶ, ସମ୍ମାନ ପ୍ରାପ୍ତି ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ମଧ୍ୟମ ଧରଣର ସଫଳତା ପ୍ରାପ୍ତି ହେବ। ଯେଉଁମାନଙ୍କର ଉତ୍ତରାଷାଢ଼ା ମକର ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଧ୍ୟାନ ଦେବେ। ମହିଳାମାନେ ସୁଖୀ ହେବେ। ଶୁଭରଙ୍ଗ-ମାଟିଆ, ଶୁଭ ସଂଖ୍ୟା-୧୧, ଆରାଧନା- ମା’ ଭୈରବୀ ।
କୁମ୍ଭ : ମାନସିକ ଦୁଶ୍ଚିନ୍ତା, ଶାରୀରିକ ପୀଡ଼ା, ଚୋର ଭୟ, ପରିବାରରେ ବିବାଦ, ଆର୍ଥିକ ଠକାମୀ, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ସ୍ୱଜନଙ୍କ ସହ ବିବାଦ ହେବ। ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। କର୍ମରେ ବିଫଳତା, କର୍ମପ୍ରତି ଅନାଗ୍ରହଭାବ ଏବଂ ସହକର୍ମୀଙ୍କ ସହ ମତାନ୍ତର ହେବ। ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ ସେମାନେ ଦୁର୍ଘଟଣା ପ୍ରତି ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରୁ ଦୂରେଇ ଯିବେ। ମହିଳାମାନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗିବେ।
ଶୁଭରଙ୍ଗ-ମେରୁନ୍, ଶୁଭସଂଖ୍ୟା-୩, ଆରାଧନା-ମା’ ଚଣ୍ଡୀ ।
ମୀନ : ମାନସିକ, ପାରିବାରିକ ଶାନ୍ତି, ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ଭ୍ରାତୃ, ଭଗ୍ନିଙ୍କ ସହାୟତା ଏବଂ ମନରେ ଉତ୍ସାହ, ଉଦ୍ଦୀପନା ପ୍ରକାଶ ପାଇବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସୁଯୋଗ ମିଳିବ ଏବଂ ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ପ୍ରାପ୍ତି ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଯେଉଁମାନଙ୍କର ଉତ୍ତରାଭାଦ୍ରମୀନ ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ମନୋନିବେଶ କରିବେ। ମହିଳାମାନେ ସ୍ୱାଭିମାନୀ ହେବେ।ଶୁଭରଙ୍ଗ-ଧଳା, ଶୁଭ ସଂଖ୍ୟା-୭, ଆରାଧନା-ମା’ ଧୂମାବତୀ ।
