ଭୋଟ୍ ପାଇଁ କର୍ମଚାରୀଙ୍କୁ ମିଳିବ ଛୁଟି
ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୧୬ ତାରିଖରୁ ୫ଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଭୋଟ୍ ଦେବା ପାଇଁ ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ । ଏହି ଛୁଟି ସରକାରୀ, ସରକାରୀ ଅନୁବନ୍ଧିତ, ନିଗମ, ବୋର୍ଡ କର୍ମଚାରୀଙ୍କୁ ମିଳିବ । ଏ ନେଇ ସବୁ ସଚିବ, ଆରଡିସି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପଂଚାୟତିରାଜ ସଚିବ ଅଶୋକ ମୀନା ।
ଚିଠିରେ ଉଲ୍ଲେଖ ହୋଇଛି ଯେ, ଯେଉଁମାନେ ପଂଚାୟତ ନିର୍ବାଚନ ଭୋଟ୍ ଦେବାକୁ ଆଗ୍ରହୀ ଥିବେ, ସେମାନଙ୍କୁ ଆବେଦନ କରିବାକୁ ପଡ଼ିବ । ଯାହା ପରେ ସରକାରୀ କର୍ମଚାରୀଙ୍କୁ ୩ ଦିନ ସ୍ପେଶାଲ କାଜୁଆଲ୍ ଲିଭ୍ ଦିଆଯିବ । ଭୋଟ ପୂର୍ବଦିନ, ଭୋଟ ଦିନ ଏବଂ ପରଦିନକୁ ମିଶାଇ ମୋଟ ୩ ଦିନ ଛୁଟି ମିଳିବ । ଛୁଟିରେ ରହିଲେ ବି କର୍ମଚାରୀଙ୍କୁ ଦରମା ମିଳିବ ।
