ଯଦି ଆପଣ ମଧ୍ୟ ଦଶମ ପାସ୍ ତ କେନ୍ଦ୍ର ସରକାର ମାଗଣାରେ ଦେଉଛନ୍ତି ଲାପଟପ୍? ଜାଣନ୍ତୁ ପୂରା ମାମଲା
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତରଫରୁ ମାଗଣା ଲାପଟପ୍ ବଣ୍ଟନ ଯୋଜନା ପରିଚାଳିତ ହେଉଥିଲା, ଯାହା ଅନ୍ତର୍ଗତ ଯୁବକମାନଙ୍କୁ ମାଗଣା ଲାପଟପ୍ ଦିଆଯାଇଥାଏ । ଏହି ଯୋଜନାକୁ ନେଇ ସୋସିଆଲ ମିଡିଆରେ ଏକ ମେସେଜ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦଶମ ପାସ୍ ଯୁବକଙ୍କୁ କେନ୍ଦ୍ର ସରକାର ମାଗଣା ଲାପଟପ୍ ଦେଉଛନ୍ତି ବୋଲି ଦାବି କରାଯାଉଛି । ଆସନ୍ତୁ ଆପଣଙ୍କୁ କହୁଛୁ ଯେ ଏହି ମେସେଜଟି ସତ କି ମିଛ…
ପିଆଇବି ଏହି ମେସେଜକୁ ଫ୍ୟାକ୍ଟ-ଚେକ୍ କରିଛି ଓ ଏହାର ସତ୍ୟତା ବିଷୟରେ ଜାଣିଛି । ପିଆଇବି ଫ୍ୟାକ୍ଟ ଚେକ୍ ମାଧ୍ୟମରେ ଆପଣ କୌଣସି ଭାଇରାଲ୍ ମେସେଜର ସତ୍ୟତା ବିଷୟରେ ଜାଣିପାରିବେ ।
ପିଆଇବି ଇଣ୍ଡିଆ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟ୍ୱିଟରେ ଲେଖିଛି ଯେ, ଏହି ମେସେଜରେ ଦାବି କରାଯାଉଛି ଯେ ପ୍ରଧାନମନ୍ତ୍ରୀଙ୍କ ଲାପଟପ୍ ବିତରଣ ଯୋଜନା ୨୦୨୨ ଅଧୀନରେ ଦଶମ ପାସ୍ ଯୁବକଙ୍କୁ ମାଗଣା ଲାପଟପ୍ ଦିଆଯାଉଛି । ସେପରି କୌଣସି ଯୋଜନା କେନ୍ଦ୍ର ସରକାର ଚଳାଉ ନାହାଁନ୍ତି । ଏହିପରି ମିଛ ବା ଫେକ୍ ମେସେଜକୁ ଫରୱର୍ଡ /ସେୟାର କରନ୍ତୁ ନାହିଁ । ଏହିପରି ଲିଙ୍କ୍ ଓ ୱେବସାଇଟ୍ ଗୁଡିକରେ ଆପଣଙ୍କର ବ୍ୟକ୍ତିଗତ ସୂଚନା ମଧ୍ୟ ସେୟାର କରନ୍ତୁ ନାହିଁ ।
दावा: प्रधानमंत्री लैपटॉप वितरण योजना 2022 के तहत 10वी पास युवाओं को फ्री लैपटॉप दिए जा रहे हैं।#PIBFactCheck
— PIB Fact Check (@PIBFactCheck) February 4, 2022
▪️ केंद्र सरकार द्वारा ऐसी कोई योजना नहीं चलाई जा रही है।
▪️ ऐसे फर्जी संदेशों को फॉरवर्ड/शेयर न करें।
▪️ ऐसे लिंक व वेबसाइट पर अपनी निजी जानकारी भी साझा न करें। pic.twitter.com/qL0ZXOfpof
ଫ୍ୟାକ୍ଟ ଯାଞ୍ଚ ପରେ ପିଆଇବି ଏହି ମେସେଜକୁ ସମ୍ପୂର୍ଣ୍ଣ ଫର୍ଜି ବୋଲି କହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମେସେଜ ପ୍ରତି ସମସ୍ତେ ସାବଧାନ ହେବା ଉଚିତ ବୋଲି ପିଆଇବି କହିଛି । ପିଆଇବି ଲୋକଙ୍କୁ ଏପରି ମେସେଜ ଆଗକୁ ଫରୱର୍ଡ ନ କରିବାକୁ କହିଛି । ଏହିପରି ମେସେଜ ଦ୍ୱାରା ଭ୍ରମିତ ହୋଇ, ଆପଣ ଆପଣଙ୍କର ବ୍ୟକ୍ତିଗତ ସୂଚନା ଓ ଟଙ୍କାକୁ ବିପଦରେ ପକାଇବେ ।
