ବଲିଉଡ ଅଭିନେତା ପ୍ରବୀଣ କୁମାର ସୋବିତଙ୍କ ପରଲୋକ
ନୂଆଦିଲ୍ଲୀ : ବଲିଉଡ ଅଭିନେତା ପ୍ରବୀଣ କୁମାର ସୋବିତଙ୍କ ପରଲୋକ ହୋଇଛି । ୭୪ ବର୍ଷ ବୟସରେ ପ୍ରବୀଣ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ‘ମହାଭାରତ’ର ଭୀମ ଭୂମିକାରେ ଅଭିନୟ କରିଥିଲେ ପ୍ରବୀଣ । ପ୍ରବୀଣ ଭୀମ ଭୂମିକାରେ ଅଭିନୟ କରି ଘରେ ଘରେ ନିଜର ପରିଚୟ ସୃଷ୍ଟି କରିଥିଲେ । ସୂଚନା ଅନୁସାରେ ଅଭିନେତା ପ୍ରବୀଣ କୁମାର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ନଥିଲା ।
ପ୍ରବୀଣ କୁମାର ସୋବିତ କେବଳ ଅଭିନୟ ଜଗତରେ ନୁହେଁ କ୍ରୀଡ଼ା ଜଗତରେ ମଧ୍ୟ ଅନେକ କ୍ଷାତି ଅର୍ଜନ କରିଥିଲେ । ଜଣେ ଆଥଲେଟ୍ ଭାବେ ଡିକସ୍ ଥ୍ରୋ ଭଳି ଅନେକ ଖେଳରେ ପଦକ ଜିତିଛନ୍ତି ପ୍ରବୀଣ । ଏସୀୟ ଏବଂ କମନୱେଲଥ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ହଂକଂରେ ଆୟୋଜିତ ଏସୀୟ ଗେମ୍ସରେ ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୧୯୬୦ ଓ ୧୦୭୦ ଦଶକରେ ଅଥଲେଟକୁ ନେଇ ବେଶ ଲୋକ ପ୍ରିୟତା ହାସଲ କରିଥିଲେ ପ୍ରବୀଣ କୁମାର ସୋବିତ ।
ବି.ଆର ଚୋପ୍ରାଙ୍କ ‘ମହାଭାରତ’ରେ ଭୀମଙ୍କ ଭୂମିକାରେ ଅଭିନୟ କରି ପ୍ରବୀଣ କୁମାର ସୋବତି ଘରେ ଘରେ ପରିଚିତ ହୋଇଯାଇଥିଲେ।ତାଙ୍କର ଉଚ୍ଚତା ଓ ସୁନ୍ଦର ସ୍ବାସ୍ଥ୍ୟ ଯୋଗୁଁ ତାଙ୍କୁ ‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରିବାକୁ ଅଫର୍ ମିଳିଥିଲା। ସେ ୩୦ରୁ ଅଧିକ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ | ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ସେ ଏକ ହାମର୍ ଏବଂ ଡିସ୍କସ୍ ଥ୍ରୋ ଆଥଲେଟ୍ ଥିଲେ | ଏଥିସହ ସେ ଏସୀୟ ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି। ପ୍ରବୀଣ କୁମାର ସୋବତି ଅଲିମ୍ପିକ୍ସରେ ଦୁଇଥର ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ୧୯୬୮ରେ ମେକ୍ସିକୋ ଅଲିମ୍ପିକ୍ସ ଏବଂ ୧୯୭୨ରେ ମ୍ୟୁନିକ୍ ଅଲିମ୍ପିକ୍ସରେ ମଧ୍ୟ ସେ ଭାରତର ପ୍ରତିନିଧିତ୍ବ କରିଥିଲେ । ଅଭିନୟ କରିବା ପୂର୍ବରୁ ସେ ଜଣେ ବିଏସ୍ଏଫ୍ ଜୱାନ୍ ଥିଲେ।
