ଲେଡି ଡନ ନାମକ ଟୁଇଟରରୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଜୀବନକୁ ବିପଦ ଥିବା ନେଇ ଆସିଲା ଧମକପୂର୍ଣ୍ଣ ଟୁଇଟ
ନୂଆଦିଲ୍ଲୀ : ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ଦିଆଯାଇଛି । ଟୁଇଟରରେ ଲେଡି ଡନ ନାମକ ଟୁଇଟର ହ୍ୟାଣ୍ଡେଲରୁ ଯୋଗୀଙ୍କୁ ହତ୍ୟା କରିବାର ଧମକ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ବିଭାଗରେ ଆଲୋଡ଼ନ ଖେଳିଯାଇଛି । ଏବଂ ହାପୁଡ଼ ଜିଲ୍ଲା ପୁଲିସ ଏ ବାବଦରେ ଏକ ମାମଲା ରୁଜୁ କରିଛି ।
ଏହି ଧମକପୂର୍ଣ୍ଣ ଟ୍ୱିଟରେ ଲେଖାଯାଇଛି ଯେ ଓବିସି ତ ଏକ ମାଧ୍ୟମ ପ୍ରକୃତ ଲକ୍ଷ୍ୟ ହେଉଛନ୍ତି ଯୋଗୀ ଆଦିତ୍ୟନାଥ । ବିଜେପିର ସମସ୍ତ ଗାଡି ଉପରେ ଆରଡିଏକ୍ସରେ ଆକ୍ରମଣ ହେବ । ଉତରପ୍ରଦେଶ ପୁଲିସକୁ ଟ୍ୟାଗ୍ କରି ଆହୁରି ଲେଖାଯାଇଛି ଯେ ତୁମ ଦଳକୁ ଲଗାଅ । ଦିଲ୍ଲୀକୁ ଦେଖ ନାହିଁ । ସେହିପରି ଆଲିଗଡ ପୁଲିସକୁ ଟ୍ୟାଗ୍ କରି ଲେଖା ହୋଇଛି, ଯୋଗୀ ଆଦିତ୍ୟନାଥଙ୍କ ଜୀବନ ବିପଦରେ ଅଛି । ଧମକପୂର୍ଣ୍ଣ ଟ୍ୱିଟରେ ଏହା ମଧ୍ୟ ଲେଖାଯାଇଛି ଯେ, ଯୋଗୀ ଆଦିତ୍ୟନାଥ ସୂର୍ଯ୍ୟ ଦେଖି ପାରିବେ ନାହିଁ । ଉତରପ୍ରଦେଶର ମେରଠ ବାସିନ୍ଦା ସୀମା ସିଂ ମାନବ ବୋମା ରୂପେ ଆସୁଛି । ଯିଏକି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା କରିବ । ଏହି ଟୁଇଟକୁ ନେଇ ଅଭିଯୋଗ କରିବା ପରେ ହାପୁଡ଼ ପୁଲିସ ଟ୍ୱିଟରରେ ଉତର ଦେଇଛି ଏବଂ ଏହାର ତଦନ୍ତ କରିବାକୁ କହିଛି । ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଏହି ନାମର ଟ୍ୱିଟର ହ୍ୟାଣ୍ଡେଲ ବର୍ତମାନ ଦୃଶ୍ୟମାନ ହେଉନାହିଁ ।
