କରୋନା ମାମଲାରେ ଆଶ୍ୱସ୍ତିକର ଖବର! ଗତ ୨୪ ଘଂଟାରେ ଆଉ ୮୩,୮୭୬ ସଂକ୍ରମିତ ଚିହ୍ନଟ ଓ ୮୯୫ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଙ୍କଟ କମ୍ ହେବାରେ ଲାଗିଛି । ଗତ ରବିବାର ଅପେକ୍ଷା ସୋମବାର କରୋନା ମାମଲାରେ ହ୍ରାସ ଦେଖାଦେଇଛି, କିନ୍ତୁ ମୃତ୍ୟୁ ମାମଲାରେ ବୃଦ୍ଧି ରେକର୍ଡ କରାଯାଉଛି । ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଂଟା ମଧ୍ୟରେ ଦେଶରେ ୮୩ ହଜାର ୮୭୬ ନୂତନ କରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୮୯୫ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧,୯୯,୦୫୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୧,୧୬,୦୭୩ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୭.୨୫ ପ୍ରତିଶତ ରହିଛି ।
ସେପଟେ ଦେଶରେ ବର୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୧୯ ଲକ୍ଷ ୫୨ ହଜାର ୭୦୭ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୬ ଲକ୍ଷ ୬୦ ହଜାର ୨୦୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତମାନ ସମୟରେ ଦେଶରେ ମୋଟ ୧୧ ଲକ୍ଷ ୮ ହଜାର ୯୩୮ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨ ହଜାର ୮୭୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଫେବୃଆରୀ ୬ ପର୍ଯ୍ୟନ୍ତ ସାରା ଦେଶରେ ୧୬୯ କୋଟି ୬୩ ଲକ୍ଷ ୮୦ ହଜାର ୭୫୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୪ ଲକ୍ଷ ୭୦ ହଜାର ୦୫୩ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୪ କୋଟି ୧୫ ଲକ୍ଷ ୬୧ ହଜାର ୫୮୭ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଂଟା ମଧ୍ୟରେ ୧୧ ଲକ୍ଷ ୫୬ ହଜାର ୩୬୩ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୭ ପ୍ରତିଶତରୁ ଅଧିକ ରହିଛି ।
