ସମିତିସଭ୍ୟା ପତ୍ନୀ ଓ ସରପଞ୍ଚଙ୍କ ପାଇଁ ଅଣ୍ଟା ଭିଡ଼ିଛନ୍ତି ସ୍ୱାମୀ ରାମକୃଷ୍ଣ
ହାର-ଜିତ୍ ସ୍ଥିର କରିବ ପଞ୍ଚାୟତ ରାଜନୀତିର ଭବିଷ୍ୟତ
ନୀଳଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣର ତାରିଖ ପାଖେଇ ଆସୁଛି । ଆଉ ଅଳ୍ପଦିନ ପରେ ହେବ ପ୍ରାର୍ଥୀମାନଙ୍କ ହେବ ଭାଗ୍ୟ ପରୀକ୍ଷା । ତେଣୁ ଅଧିକରୁ ଅଧିକ ମତଦାତାଙ୍କ ନିକଟରେ ପହଞ୍ଚିବା ଓ ସେମାନଙ୍କ ସମର୍ଥନ ହାସଲ ପାଇଁ ଏବେ ଦିନରାତି ଏକ୍ କରିଦେଇଛନ୍ତି ପ୍ରାର୍ଥୀ ।
ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଜାମୁଡ଼ିହା ପଞ୍ଚାୟତର ଭାଜପା ସମର୍ଥନରେ ଛିଡ଼ା ହୋଇଛନ୍ତି କେଟଲୀ ଚିହ୍ନରେ ସମିତିସଭ୍ୟା ପ୍ରାର୍ଥୀନୀ ରଶ୍ମିତା ମହାପାତ୍ର ଓ ଖୋଲା ବହି ଚିହ୍ନରେ ସରପଞ୍ଚ ପ୍ରାର୍ଥୀନୀ ଚାନ୍ଦମଣୀ ମୁର୍ମୁ ।
ରଶ୍ମିତା ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ହେଁ ତାଙ୍କ ସ୍ୱାମୀ ରାମକୃଷ୍ଣ ପଞ୍ଚାୟତ ରାଜନୀତିରେ ଜଣେ ଦୃଢ଼ ସଂଗଠକ । ସେହିପରି ରାମକୃଷ୍ଣ ସ୍ଥାନୀୟ ବିଧାୟକଙ୍କ ଅତି ବିଶ୍ୱସ୍ତ ଓ ନିକଟତର ଅଟନ୍ତି । ତୃଣମୂଳ ସ୍ତରରେ ତାଙ୍କର ସଚ୍ଚୋଟତା, ଲୋକାଭିମୁଖୀ ଜନସେବା ଏବଂ ନିଶ୍କଳଙ୍କ ଛବି ତାଙ୍କ ପ୍ରତି ଉକ୍ତ ପଞ୍ଚାୟତର ଜନ ସାଧାରଣଙ୍କୁ ଆତ୍କୃଷ୍ଠ କରିପାରିଛି । ଫଳରେ ଭୋଟର ମାନେ ରାମକୃଷ୍ଣଙ୍କ ନୀତି ଆଦର୍ଶକୁ ପାଥେୟକରି ସମିତିସଭ୍ୟା ଓ ସରପଞ୍ଚ ପ୍ରାର୍ଥୀନୀଙ୍କୁ ଭୋଟର ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପତ୍ନୀଙ୍କ ବିଜୟ ସହ ସରପଞ୍ଚ ପ୍ରାର୍ଥୀନୀ ଚାନ୍ଦମଣୀ ମୁର୍ମୁଙ୍କ ପାଇଁ ସ୍ୱାମୀ ରାମକୃଷ୍ଣ ସେତିକି ତତ୍ପରତା ଦେଖାଉଛନ୍ତି । ଏପରିକି ନିଜ କର୍ମକର୍ତ୍ତା, ସରପଞ୍ଚ ପ୍ରାର୍ଥୀନୀ ଓ ପତ୍ନୀଙ୍କ ସହ ମିଶି ଭୋଟରଙ୍କ ଦୁଆର ଦୁଆର ଜାଇ ଭୋଟରଙ୍କୁ ମନାଇବାରେ ବ୍ୟସ୍ତ । ଯେତେ ରାଗ, ରୁଷା, ମାନ, ଅଭିମାନ, ଅଭିଯୋଗ ଥିଲେ ମଧ୍ୟ ଆଗକୁ ନିର୍ଭର ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାରି ହେବାକୁ ଜୋରଦାର କସରତ ଆରମ୍ଭ କରିଛନ୍ତି । ୧୬ ଗୋଟି ୱାର୍ଡ଼କୁ ନେଇ ଗଠିତ ହୋଇଥିବା ବେଳେ ପ୍ରାୟ ପାଞ୍ଚ ହଜାର ଭୋଟର ମତଦାନ କରିବେ ।
