ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା ଚଳାଇଛନ୍ତି ସଞ୍ଜୟ ସିଂ
ନୀଳଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି। ପଞ୍ଚାୟତ ନିର୍ବାଚନରେ ବାଲେଶ୍ଵର ଜିଲା ନୀଳଗିରି ବ୍ଲକ ଭଉଁରିଆବାଡ ପଞ୍ଚାୟତ ପାଇଁ କମାରଖାଲିଆ ଗ୍ରାମର ସରପଞ୍ଚ ପ୍ରାର୍ଥୀ ସଞ୍ଜୟ ସିଂ ପ୍ରତିଦ୍ବନ୍ଦିତା କରୁଛନ୍ତି। ପ୍ରଚାରକୁ ଜୋରଦାର କରି ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରିବା ସହ ନୀଜ ଢଙ୍ଗରେ ଭୋଟରଙ୍କ ଦୁଆର ମୁହଁରେ ମନାଇବାରେ ବ୍ୟସ୍ତ। ଯେତେ ରାଗ, ରୁଷା, ମାନ, ଅଭିମାନ, ଅଭିଯୋଗ ଥିଲେ ମଧ୍ୟ ଆଗକୁ ନିର୍ଭର ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଜୋରଦାର କସରତ ଆରମ୍ଭ କରିଛନ୍ତି । ଏହା ସହ ଗୁରୁଜନମାନଙ୍କୁ ସମ୍ମାନ, ଲଘୁଜନଙ୍କୁ ସ୍ନେହ ଓ ଅଞ୍ଚଳକୁ ସମୃଦ୍ଧ କରିବା ନିଜର ଲକ୍ଷ୍ୟନେଇ ଆଗେଇ ଚାଲିଛନ୍ତି।
ସୂଚନା ଥାଉକି ୨୦୧୭ ପଞ୍ଚାୟତ ନିର୍ବାଚନରେ ସେ ତାଙ୍କର ପତ୍ନୀଙ୍କୁ ଉକ୍ତ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ। ଏହାସହ ଜିତୀବାର ଲକ୍ଷ ନେଇ ଚାଲିଥିବା ବେଳେ ୮୫ ଭୋଟର ପରାଜିତ ହୋଇଥିଲେ। ନୀଜ ପତ୍ନୀ ହାରିବା ପରେ ମଧ୍ୟ ଭାଗିଂ ନପଡି ଜୀବନର ବିଭିନ୍ନ ସମୟରେ ସେ ଲୋକଙ୍କ ପାଇଁ ସଦାସର୍ବଦା ଦୁଃଖ ସୁଖ ରେ ରହି ଆସୁଥିବା କହିଛନ୍ତି। ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ଜଣେ ଦୃଢ ସଙ୍ଗଠକ ଭାବେ ଦକ୍ଷତାର ସହ କାର୍ଯ୍ୟ କରି ଆସିଛନ୍ତି।
