ବଜେଟ୍-୨୦୨୨ : ଡାକଘର ପାଇଁ ବଡ ଘୋଷଣା
ନୂଆଦିଲ୍ଲୀ : ମହାମାରୀ କରୋନା ସମୟରେ ୨ୟ ଥର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଡାକଘର ଡିଜିଟାଲ ସେବା ଉପରେ ଗୁରୁତ୍ୱ ଦିଆଯିବ। ଡାକଘର ସମ୍ପୂର୍ଣ୍ଣ ରୂପେ ଡିଜିଟାଲ ହେବ। ଅର୍ଥମନ୍ତ୍ରୀ କହିଛନ୍ତି, ୧.୫ ଲକ୍ଷ ଡାକଘରରେ ୧୦୦ ପ୍ରତିଶତ କୋର୍ ବ୍ୟାଙ୍କିଙ୍ଗ ପ୍ରଣାଳୀ ପର୍ଯ୍ୟାୟ ଭୂକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଡାକଘରେ ଏଣିକି ଏଟିଏମ ରହିବ। ଏହା ବ୍ୟତୀତ ନେଟ୍ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ, ଏଟିଏମ ମାଧ୍ୟମରେ ଆକାଉଣ୍ଟରେ ପହଞ୍ଚାଯିବ। ଡାକଘର ଖାତା ଓ ବ୍ୟାଙ୍କ ଖାତା ମଧ୍ୟରେ ଟଙ୍କା ଅନଲାଇନ ମାଧ୍ୟରେ ପଠାଯାଇପାରିବ। ଏଭଳି ନିଷ୍ପତ୍ତିି ଦ୍ୱାରା ବରିଷ୍ଠ ନାଗରିକ ଓ କୃଷକମାନେ ବେଶ ଉପକୃତ ହେବେ । ଫଳରେ ବରିଷ୍ଠ ନାଗରିକ ବ୍ୟାଙ୍କରେ ଧାଡିରେ ଠିଆ ହେବାକୁ ପଡିବ ନାହିଁ। ଏହାସହ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ପୋଷ୍ଟାଲ ମାଧ୍ୟମରେ ଆସୁଥିବାରୁ ସେମାନେ ପୋଷ୍ଟାଲ ଖାତାରୁ ବ୍ୟାଙ୍କ ଖାତାକୁ ସିଧାସଳଖ ସ୍ଥାନାନ୍ତର କରିପାରିବେ।
ଅର୍ଥ ମନ୍ତ୍ରୀ ସୀତାରମଣ କହିଛନ୍ତି, ଭାରତରେ ସମସ୍ତ ୧.୫ ଲକ୍ଷ ପୋଷ୍ଟ ଅଫିସକୁ ମୂଳ ବ୍ୟାଙ୍କିଂ ପ୍ରଣାଳୀରେ ଯୋଡାଯିବ। ଏହା ଦ୍ଵାରା ଗ୍ରାହକ ନିଜେ ଅନଲାଇନରେ ନିଜ ଖାତାର ସଞ୍ଚାଳନ କରି ପାରିବେ। ପୋଷ୍ଟ ଅଫିସ୍ ଖାତା ତଥା ଅନ୍ୟ ବ୍ୟାଙ୍କରେ ଆର୍ଥିକ ନେଣଦେଣ କରିପାରିବେ। ନୂତନ ବ୍ୟବସ୍ଥାରେ ୧.୫ ଲକ୍ଷ ପୋଷ୍ଟ ଅଫିସ ମୌଳିକ ବ୍ୟାଙ୍କିଂ ପ୍ରଣାଳୀ ସହ ଯୋଡିହେବ। ଏଥିରେ ନେଟ୍ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ ଏଟିଏମ ଜରିଆରେ ଅର୍ଥ ନେଣଦେଣ କରାଯାଇ ପାରିବ। ପୋଷ୍ଟ ଅଫିସ୍ ଖାତା ଏବଂ ବ୍ୟାଙ୍କ ଖାତା ମଧ୍ୟରେ ଟଙ୍କାର ଆଦାନ ପ୍ରଦାନ କରାଯାଇ ପାରିବ। ସେହିପରି ୨୦୨୨ରେ ସମଗ୍ର ଦେଶରେ ପୂରା ୧୦୦ ପ୍ରତିଶତ ୧.୫ ଲକ୍ଷ ପୋଷ୍ଟ ଅଫିସ୍ ବ୍ୟାଙ୍କିଂ ସିଷ୍ଟମରେ ଯୋଡି ହୋଇଯିବେ। ଏଥିରେ ଗ୍ରାମାଞ୍ଚଳରେ ବିଶେଷ କରି କୃଷକ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଆର୍ଥିକ ନେଣଦେଣରେ ବେଶ ସହାୟକ ହେବ। ବର୍ତ୍ତମାନ ପୋଷ୍ଟ ଅଫିସ୍ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ ଜରିଆରେ ସଞ୍ଚୟ ଖାତା ସେବା ଏବଂ ଡିପୋଜିଟ୍ ସଂପର୍କିତ ବ୍ୟାଙ୍କ ସେବା ପ୍ରଦାନ କରୁଛି।
