ରାଜ୍ୟରେ ସୁସ୍ଥ ହେଲେ ଆଉ ୭,୭୬୭ ସଂକ୍ରମିତ
ଭୁବନେଶ୍ୱର: କରୋନାରୁ ଦ୍ରୁତ ଗତିରେ ସୁସ୍ଥ ହେଉଛି ଓଡ଼ିଶା । ଦୈନିକ ନୂଆ କୋଭିଡ୍ ମାମଲା ହ୍ରାସ ପାଉଥିବାବେଳେ ଦୈନିକ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଫଳରେ ରାଜ୍ୟରେ କରୋନା ମୁକାବିଲା ଦ୍ୱିଗୁଣିତ ହୋଇଛି । ଏହିକ୍ରମରେ ମଙ୍ଗଳବାର ୭,୭୬୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟର ମୋଟ ସୁସ୍ଥତା ସମଥ୍ୟା ୧୨,୦୯,୩୧୩ରେ ପହଞ୍ଚିଛି । ଏହି ଧାରା ବଜାୟ ରହିଲେ ଅଳ୍ପ କିଛି ଦିନ ମଧ୍ୟରେ ରାଜ୍ୟରେ କରୋନାର ତୃତୀୟ ଲହର ଶେଷ ହେବ ବୋଲି ଆଶା କରାଯାଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଜରଆରେ ଏହି ସୂଚନା ଦେଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲାରୁ ୭୭୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୫୯୯, ନୂଆପଡ଼ାରୁ ୨୭୪, ଯାଜପୁର, କେନ୍ଦୁଝରରୁ ୨୫୨ ଲେଖାଏଁ, ବାଲେଶ୍ୱରରୁ ୨୩୩, ନୟାଗଡ଼ରୁ ୨୧୭, ବୌଦ୍ଧରୁ ୧୯୬, ବଲାଙ୍ଗୀରରୁ ୧୮୪ ଓ କଳାହାଣ୍ଡିରୁ ୧୭୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୧୬୮, ମୟୂରଭଂଜରୁ ୧୬୬, ସମ୍ବଲପୁରରୁ ୧୬୦, କୋରାପୁଟରୁ ୧୫୫, କେନ୍ଦ୍ରାପଡ଼ାରୁ ୧୪୪, ବରଗଡ଼ରୁ ୧୪୧, କନ୍ଧମାଳରୁ ୧୨୯, ନବରଂଗପୁର, ପୁରୀରୁ ୧୧୫ ଲେଖାଏଁ, ଢେଙ୍କାନାଳରୁ ୧୧୪, ଭଦ୍ରକରୁ ୧୧୦, ଅନୁଗୁଳରୁ ୧୦୮, ରାୟଗଡ଼ାରୁ ୧୦୩, ଗଜପତିରୁ ୯୨, ଦେବଗଡ଼, ଝାରସୁଗୁଡ଼ାରୁ ୬୦ ଲେଖାଏଁ, ମାଲକାନଗିରି, ସୁବର୍ଣ୍ଣପୁରରୁ ୫୫ ଲେଖାଏଁ, ଗଂଜାମରୁ ୪୫ ଓ ରାଜ୍ୟପୁଲରୁ ୩୬୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
