ସଲମାନଙ୍କୁ ମଳିଲା ‘ପର୍ସନାଲିଟି ଅଫ୍ ଦି ଇୟର’ର ଆୱାର୍ଡ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ
ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାନ୍ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଲୋକଙ୍କୁ ମନୋରଞ୍ଜନ କରିଆସୁଛନ୍ତି । କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ତାଙ୍କର ପ୍ରଶଂସକ ଅଛନ୍ତି । ଯେଉଁମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି । ସଲମାନଙ୍କ ଫିଲ୍ମ ବଲିଉଡରେ ଯେଉଁ ପ୍ରକାରର କ୍ରେଜ୍ ଦେଖାଯାଏ, ତାହା ଅନ୍ୟ କୌଣସି ଅଭିନେତାଙ୍କ ଫିଲ୍ମରେ ଦେଖା ଯାଏ ନାହିଁ । ୫୬ ବର୍ଷିୟ ସଲମାନ ତାଙ୍କ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ଦୈନନ୍ଦିନ କାର୍ୟ୍ୟ ଏବଂ ଆଗାମୀ ଚଳଚ୍ଚିତ୍ର ବିଷୟରେ ଅବଗତ କରାନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁ ଫଟୋରେ ସାଉଦି ଆରବର ରାଜଧାନୀ ରିୟାଦରେ ଆୟୋଜିତ ଜୟ ଆୱାର୍ଡରେ ତାଙ୍କୁ ସମ୍ମାନିତ କରାଯାଇଛି ।
ସଲମାନ ଖାନ ଏହି ଫଟୋକୁ ସେୟାର କରିଛନ୍ତି । ତାଙ୍କୁ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ସଲମାନ ଖାନ ଏକ କଳା ସୁଟ ପିନ୍ଧିଛନ୍ତି । ଫଟୋ ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ମୋ ଭାଇ ବୁ ନାସିର୍ … ତୁମ ସହିତ ଭେଟ ହୋଇ ବହୁତ ଭଲ ଲାଗିଲା । ସଲମାନଙ୍କ ପୋଷ୍ଟରେ ପ୍ରଶଂସକମାନେ ତାଙ୍କୁ ଅଭନନ୍ଦନ ଜଣାଇଛନ୍ତି । ଜଣେ ପ୍ରଶଂସକ କହିଛନ୍ତି, ‘ଅଭିନନ୍ଦନ ସାର୍।’ ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି, ‘ସୁପର ଭାଇଜାନ ।’
