ଜଳେଶ୍ୱରରୁ ୧୫ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ୍ : ୪ ଗିରଫ
ଜଳେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ପୁଲିସ୍ ପଂଝାରେ ଏବେ କେତେକ ଧଳାଜହର ବ୍ୟବସାୟୀ ରହିଛନ୍ତି । ଗତ ୨ ଦିନ ତଳେ ୩୧୫ ଗ୍ରାମର ଧଳାଜହର ସହିତ ଜଳେଶ୍ୱର ଥାନା ଇଲାକାରୁ ୨ଜଣ ଓ ବୈଶିଙ୍ଗା ଥାନା ଅଂଚଳରୁ ୧ଜଣକୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଥିଲା । ଜବତ୍ ହୋଇଥିବା ଧଳାଜହରର ମୂଲ୍ୟ ୩୫ଲକ୍ଷ ହେବ ବୋଲି କୁହାଯାଇଥିଲା ।
ଜଳେଶ୍ୱର ପୁଲିସ୍ ବିଭିନ୍ନ ସ୍ଥାନ ଚଢାଉ କରି ସୋମବାର ସନ୍ଧ୍ୟାରେ ୧୫୦ ଗ୍ରାମ ଓଜନର ଧଳାଜହର ସହ ଖଡି ବିବି ନାମକ ଜଣେ ମହିଳାଙ୍କ ସହିତ ୪ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି । ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନଥିବା ବେଳେ ଏବେବି ପୁଲିସ୍ ଚଢାଉ ଜାରି ରଖିଛି । ପ୍ରକାଶଯୋଗ୍ୟ ପୁଲିସ୍ର ବାରମ୍ବାର ଚଢାଉ ଯୋଗୁଁ ଜଳେଶ୍ୱର ଅଂଚଳର କେତେକ ଚୋରା ବ୍ୟବସାୟୀ ଗ୍ରାମାଭିମୁଖୀ ହୋଇଥିବା ଜଣାଯାଇଛି ।
