ଦେଶର ୭୫%ରୁ ଉର୍ଦ୍ଧ୍ୱ ନେଇଛନ୍ତି ସମ୍ପୂର୍ଣ୍ଣ ଟିକା, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଭାରତର ୭୫%ରୁ ଊର୍ଦ୍ଧ୍ୱ ପ୍ରାପ୍ତ ବୟସ୍କ ଜନତା ଉଭୟ ଡୋଜ୍ କୋଭିଡ୍-୧୯ ଟିକା ନେଇ ସାରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ‘ଉଲ୍ଲେଖନୀୟ କୃତ୍ୱିତ୍ୱ’ ବୋଲି ଲେଖିଛନ୍ତି । ସେ କହିଛନ୍ତି, ପ୍ରାପ୍ତ ବୟସ୍କମାନଙ୍କ ମଧ୍ୟରୁ ୭୫% ସମ୍ପୂର୍ଣ୍ଣ ଟିକା ନେଇସାରିଛନ୍ତି । ଏହି ଉଲ୍ଲେଖନୀୟ କୃତ୍ୱିତ୍ୱ ଲାଗି ସାଥୀ ନାଗରିକମାନଙ୍କୁ ଅଭିନନ୍ଦନ । ଆମ ଟିକାକରଣ ଅଭିଯାନକୁ ସଫଳ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଗୌରବାନ୍ୱିତ ମନେକରୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମନସୁଖ ମଣ୍ଡାଭୀୟ ଟୁଇଟ୍ କରି କହିଛନ୍ତି, ‘ସମସ୍ତଙ୍କ ସହିତ, ସମସ୍ତଙ୍କ ପ୍ରୟାସ’ ମନ୍ତ୍ରରେ ଭାରତ ତା’ର ୭୫% ପ୍ରାପ୍ତ ବୟସ୍କ ଜନତାଙ୍କୁ ଟିକାର ଦୁଇ ଡୋଜ୍ ଦେବାର ଲକ୍ଷ୍ୟ ହାସଲ କରିଛି । କରୋନାଭାଇରସ୍ ସଂଗ୍ରାମରେ ଆମେ ନିରନ୍ତର ସୁଦୃଢ଼ ହୋଇ ଚାଲିଛୁ । ଆମେ ସମସ୍ତ ନିୟମ ପାଳନ କରୁଛନ୍ତି ଏବଂ ଯଥା ଶୀଘ୍ର ସମ୍ଭବ ଟିକା ଦେଇ ଚାଲିବା । ସୂଚନା ଯେ, ଗତ ଶନିବାର ସୁଦ୍ଧା ସମୁଦାୟ ୧,୬୫,୭୦,୬୦,୬୯୨ ଡୋଜ୍ ଟିକା ଦେଇସାରିଛି ।
