ଜଳେଶ୍ବରରୁ ୩୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଅଟକ
ଜଳେଶ୍ବର : ପୁଣି ଜଳେଶ୍ବରରେ ଧଳା ଜହର ଜବଦ। ଦିନକୁ ଦିନ ଜଳେଶ୍ଵର ଅଞ୍ଚଳରେ ଧଳା ଜହରର ପ୍ରଦୁର୍ଭାବ ବଡି ଚାଲିଥାବା ବେଳେ ଏହାକୁ ରୋକ ଦେବା ପାଇଁ ଅନେକ ସମୟରେ ଏସଟିଏଫ ଏବଂ ଜଳେଶ୍ବର ପୋଲିସ ଚଡାଉ କରି ପ୍ରତିଦିନ ଧଳା ଜହର ଧରୁଥିବା ବେଳେ ଏହାର ରୋକ୍ ଲାଗିପାରୁନି । ଆଜି ଜଳେଶ୍ବର ପୋଲିସ ଜଳେସ୍ବେର ସହର ରେ ବିଭିନ୍ନ ସ୍ଥାନରେ ରେ ଚଢ଼ାଉ କରି ୩୫୦ ଗ୍ରାମ ବ୍ରାଉନ ସୁଗର ଜବଦ କରିଛନ୍ତି ଯାହାର ଆନୁମାନିକ ମୂଲ୍ଯ ୩୫ ଲକ୍ଷ ଟଙ୍କା।1 ମହିଳା ସମେତ ୩ ଅଟକ ଥିବା ପୋଲିସ ସୂଚନା ଦେଇଛନ୍ତି।
ସୂଚନା ଯେ, ଗତ ୬ ମାସ ଭିତରେ ଅନୁମଣିକ ଜଳେସ୍ବେର ପୋଲିସ ୫ କେଜିରୁ ଉର୍ଦ୍ଧ୍ବ ଧଳା ଜହର ଜବତ କରିଛି। ଏତେ ପୋଲିସ ର ମାରାଥନ ଚଡାଉ ପରେ ବି ରୋକ ଲାଗି ପାରୁନି ଜଳେଶ୍ବର ରେ ଧଳା ଜହରର କାଳା ସାମ୍ରାଜ୍ୟ ।
