ପରଲୋକରେ ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନି
ନୂଆଦିଲ୍ଲୀ : ପରଲୋକରେ ପଦ୍ମଶ୍ରୀ ପୁରସ୍କାର ସମ୍ମାନିତ ତଥା ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନି | ଜାନୁଆରୀରେ ୨୬ରେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି ମିଲେନା | ମିଲେନା ସାଲଭିନିଙ୍କ ମୃତ୍ୟୁରେ ଶୋକର ଛାୟା ଖେଳି ଯାଇଛି | ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି | ମିଲେନା ସାଲଭିନିଙ୍କର ବୁଧବାରକୁ ଦେହାନ୍ତ ହୋଇଥିଲା | ସେ ଇଟାଲୀରେ ଜନ୍ମଗ୍ରହଣ କରିଥିଲେ ହେଲେ ସେ ଫ୍ରାନ୍ସର ନାଗରିକ ଥିଲେ | ଅଭିନୟ କ୍ଷେତ୍ରରେ ତାଙ୍କର ବହୁତ ବଡ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୧୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ |
ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନିଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହ ଉପରାଷ୍ଟ୍ରପତି, ନେତା ସମେତ ବହୁ ବଡ ବଡ କଳାକାର ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ ମାଧ୍ୟମରେ ମିଲେନା ସାଲଭିନିଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଦୁଃଖ ପ୍ରକାଶ କରିଛନ୍ତି | ସେ ଲେଖିଛନ୍ତି ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଆଗ୍ରହ ପାଇଁ ଶ୍ରୀମତୀ ମିଲେନାସର୍ବଦା ଭାରତୀୟଙ୍କ ହୃଦୟରେ ସ୍ମରଣୀୟ ହୋଇ ରହିବେ | ଫ୍ରାନ୍ସରେ କଥାକାଲି ନୃତ୍ୟକୁ ଲୋକପ୍ରିୟ କରିବା ପାଇଁ ତାଙ୍କର ଯଥେଷ୍ଟ ଅବଦାନ ରହିଛି | ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ | ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଲେଖି ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମିଲେନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇଛନ୍ତି |
