ମିଠା କଥା କହି କାର୍ଯ୍ୟ ହାସଲ କରନ୍ତି ଏହି ରାଶିର ବ୍ୟକ୍ତି, ଆପଣଙ୍କ ଚାରିପାଖରେ ନାହାଁନ୍ତି ତ ଏପରି ଲୋକେ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ରାଶିର ଲୋକଙ୍କର ନିଜସ୍ୱ ଗୁଣ ରହିଛି । ଯେପରି କେତେକ ଅତି ସରଳ ଏବଂ କେତେକ ଲୋକ ଧୃତ ଅଟନ୍ତି । ଏବଂ କିଛି ଲୋକ ଅତି ଚାଲାକ ଅଟନ୍ତି । ସେହିଭଳି, କିଛି ଲୋକ ସହଜରେ ମଧୁର କଥା କହି ସେମାନଙ୍କର କାର୍ଯ୍ୟ ହାସଲ କରନ୍ତି । କାହାକୁ ବୋକା ବନାଇବା ସେମାନଙ୍କ ପକ୍ଷେ ବହୁତ ସହଜ ଅଟେ ।
ମିଥୁନ :
ମିଥୁନ ରାଶିର ସ୍ୱାମୀ ବୁଧ ଅଟନ୍ତି ଏବଂ ସେମାନଙ୍କ ମଧ୍ୟରେ ବକ୍ତବ୍ୟର କଳା ସହଜରେ ଦେଖାଯାଏ । ନିଜ କାର୍ଯ୍ୟ ହାସଲ କରିବା ପାଇଁ, ଏହି ଲୋକମାନେ ଯେକୌଣସି ଲୋକଙ୍କର ବି ଫାଇଦା ଉଠାନ୍ତି । ନିଜର ମିଠା ମିଠା କଥାରେ ତାଙ୍କୁ ଫସାଇବାକୁ ଚେଷ୍ଟା କରନ୍ତି । ଏହାପରେ ନିଜର କାର୍ଯ୍ୟ ହାସଲ କରନ୍ତି । ଏଥିରୁ ସେମାନେ ବ୍ୟକ୍ତିଗତ ଜୀବନରୁ କ୍ୟାରିଅର୍ ପର୍ଯ୍ୟନ୍ତ ଅନେକ ଲାଭ ଅର୍ଜନ କରନ୍ତି । ଯଦି ସେମାନେ ବ୍ୟବସାୟ କରନ୍ତି, ତେବେ ସେମାନଙ୍କ ଏହି ଗୁଣ ସେମାନଙ୍କୁ ଅପାର ଲାଭ ଦେଇଥାଏ ।
କର୍କଟ :
କର୍କଟ ରାଶିର ଲୋକମାନେ ସର୍ବଦା ମିଠା କଥା କୁହନ୍ତି । ଝଗଡ଼ା ସେମାନଙ୍କ ଅଭିଧାନରେ ମଧ୍ୟ ନାହିଁ । ଯଦିଓ ସେମାନେ ସର୍ବଦା ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତି କିନ୍ତୁ ଅନ୍ୟମାନଙ୍କୁ ଏହା ଅନୁଭବ କରିବାକୁ ଦିଅନ୍ତି ନାହିଁ । ସେଥିପାଇଁ ଲୋକମାନେ ସେମାନଙ୍କୁ ପସନ୍ଦ କରନ୍ତି ଏବଂ ସେମାନଙ୍କୁ ମଧ୍ୟ ମାନନ୍ତି ।
କନ୍ୟା :
କନ୍ୟା ରାଶିର ଲୋକମାନେ ଲାଜକୁଳା ସ୍ୱାଭାବର ହୋଇଥାନ୍ତି । ଝଗଡ଼ା ପରିବର୍ତ୍ତେ ସେମାନଙ୍କ ସମସ୍ତିଙ୍କ ସହିତ ଭଲରେ କଥା ହୁଅନ୍ତି । ସମସ୍ତିଙ୍କ କଥାକୁ ବିଶ୍ୱାସ କରନ୍ତି । ସେଥିପାଇଁ ସେମାନଙ୍କର ପ୍ରେମ ଜୀବନ-ବିବାହିତ ଜୀବନ ବହୁତ ଭଲ । ସେମାନେ ଏପରି ବ୍ୟବହାର କରନ୍ତି, ଯେପରି ସେମାନେ ତୁମର ସବୁଠୁ ବଡ ଶୁଭେଚ୍ଛୁ ଅଟନ୍ତି ଏବଂ ସହଜରେ ସେମାନଙ୍କର କାର୍ଯ୍ୟ ସମାପ୍ତ କରି ଆଗକୁ ବଢ଼ିଯାଆନ୍ତି ।
ବିଛା :
ବିଛା ରାଶିର ଲୋକମାନେ ଅତ୍ୟନ୍ତ ନିଷ୍ଠୁର । ସେମାନେ ତୁମର ସର୍ବୋତ୍ତମ ବନ୍ଧୁ ବୋଲି ଛଳନା କରିବେ କିନ୍ତୁ ବାସ୍ତବରେ ସେମାନେ ପ୍ରଥମେ ନିଜର ସ୍ୱାର୍ଥ ଦେଖନ୍ତି । ଲୋକମାନେ ସହଜରେ ସେମାନଙ୍କ କଥାରେ ବିଶ୍ୱାସ କରିଯାଆନ୍ତି ଏବଂ ଏହି ରାଶିର ଲୋକମାନେ ସହଜରେ ସେମାନଙ୍କ କ୍ଷତି କରନ୍ତି । କାମ ସରିବା ପରେ, ସେମାନେ ପଛକୁ ବୁଲି ଦେଖନ୍ତି ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଏହି ଲୋକମାନେ ପ୍ରତିଶୋଧ ନେବାକୁ ଚାହାଁନ୍ତି, ତେବେ ସେମାନେ ବହୁତ କ୍ଷତି କରନ୍ତି । ଏଥିପାଇଁ ସେମାନେ ମଧ୍ୟ ଅନୁତାପ କରନ୍ତି ନାହିଁ ।
ମୀନ :
ମୀନ ରାଶିର ଲୋକମାନେ କଥା କହିବାରେ ସର୍ବୋତ୍ତମ । ଏହି ଲୋକଙ୍କୁ ବୁଝିବା ବହୁତ କଷ୍ଟକର । ସେମାନେ ଆପଣଙ୍କୁ ଅନେକ ସ୍ୱପ୍ନ ଦେଖାଇ ସେମାନଙ୍କର ଜାଲରେ ପକାନ୍ତି । ନିଜର ମଧୁର କଥା ହେତୁ ଏହି ରାଶିର ଲୋକାମାନେ ନିଜ ଜୀବନସାଥିଙ୍କ ହୃଦୟରେ ରାଜ୍ କରନ୍ତି ।
