ଏହି ସହଜ ଉପାୟରେ ମାଗଣାରେ ବଢ଼ାଇହେବ ଶରୀରର ଇମ୍ୟୁନିଟି ପାୱାର, ଜାଣନ୍ତୁ କିପରି
କରୋନା ମହାମାରୀର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ କାୟା ବିସ୍ତାର କରିବାରେ ଲାଗିଛି । ଓମିକ୍ରନ୍ କୁ ମାତ୍ ଦେବା ପାଇଁ ବିଶେଷଜ୍ଞମାନେ କୋଭିଡ ନିୟମ, କରୋନା ଟିକା ସହିତ ଶରୀରରେ ଇମ୍ୟୁନିଟି ପାୱାର ବଢ଼ାଇବା ପାଇଁ ପରାମର୍ଶ ଦେଉଛନ୍ତି । କିନ୍ତୁ ଯଦି ଆମେ ମାଗଣାରେ ଶରୀରରେ ଇମ୍ୟୁନିଟି ପାୱାର ବଢ଼ାଇ ପାରୁଛେ । ତାହାଲେ କେତେ ଭଲ ହେବ । ଆସନ୍ତୁ ଜାଣିବା ମାଗଣାରେ କିପରି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇପାରିବା । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଲୋକମାନେ ବହୁତ ଟଙ୍କା ଖର୍ଚ୍ଚ କରନ୍ତି, କିନ୍ତୁ ଆମେ କୈାଣସି ଟଙ୍କା ଖର୍ଚ୍ଚ ନକରି ଆମର ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିପାରିବା ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସୂର୍ଯ୍ୟକିରଣ ହେଉଛି ସବୁଠାରୁ ପ୍ରଭାବଶାଳୀ ଉପାୟ । କିଛି ସମୟ ସୂର୍ଯ୍ୟ କିରଣରେ ବସି ଆମେ ଆମ ଶରୀରରେ ଭିଟାମିନ୍-ଡି ର ଅଭାବ ପୂରଣ କରିପାରିବା । ଆମେ ଅଣ୍ଡା, ମାଛ ଏବଂ ଅନ୍ୟାନ୍ୟ ଜିନିଷରୁ ଭିଟାମିନ୍-ଡି ପାଇଥାଉ । କିନ୍ତୁ ସେସବୁକୁ ନିୟମିତ ଖାଇବା ଜଣେ ସାଧାରଣ ପରିବାର ଲୋକଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ଏଭଳି ପରିସ୍ଥିତିରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଖରାରେ ଅଧ ଘଣ୍ଟା ବସି ମାଗଣାରେ ଭିଟାମିନ୍-ଡି ନିଆଯାଇପାରେ । ଗ୍ରୀଷ୍ମ ଋତୁରେ ସୂର୍ଯ୍ୟକିରଣକୁ କେବଳ ସକାଳ ୮ ରୁ ୯ ମଧ୍ୟରେ ନିଆଯିବା ଉଚିତ୍ ।
