ଓଡ଼ିଶାରେ ଓମିକ୍ରନ ଗୋଷ୍ଠୀ ସଂକ୍ରମଣ ମୁହାଁ
ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ଓମିକ୍ରନ ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡ଼ିଶା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହା କହିଛନ୍ତି । ଗୋଷ୍ଠୀ ସଂକ୍ରମଣର ଅର୍ଥ ସ୍ଥାନୀୟ ଅଂଚଳରେ ଓମିକ୍ରମ ସଂଖ୍ୟାରେ ବୃଦ୍ଧି । ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି, ତାହା ଜାଣିବା ପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ । କିଛି ଦିନ ତଳେ ହୋଇଥିବା ଜିନମ ସିକ୍ୱେନସିଂ ଅନୁସାରେ ଏହା ୬୦ ପ୍ରତିଶତ ଥିଲା । ବାହାର ଦେଶର ଯାତ୍ରା ବିନା ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢିବାର ଅର୍ଥ ଗୋଷ୍ଠୀ ସଂକ୍ରମଣ ବୋଲି ସେ କହିଛନ୍ତି । ଏବେ ରାଜ୍ୟରେ ମାତ୍ର ୨ ପ୍ରତିଶତରୁ କମ୍ ଆକ୍ରାନ୍ତ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଯଦି ସାମାନ୍ୟ ଲକ୍ଷଣ ରହୁଛି, ପରୀକ୍ଷା କରାଇ ନେବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଦେଶର ମେଟ୍ରୋ ସହରଗୁଡ଼ିକରେ ଗୋଷ୍ଠୀ ସଂକ୍ରମଣ ଅଛି, ହେଲେ ଆମ ରାଜ୍ୟରେ ଆରମ୍ଭ ହୋଇନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଏବେ କିନ୍ତୁ ଗୋଷ୍ଠୀ ସଂକ୍ରମଣ ଓଡ଼ିଶାକୁ ମୁହାଁଇଛି । ଗୋଷ୍ଠୀ ସଂକ୍ରମଣ ହୋଇଛି ଅର୍ଥ ସ୍ଥାନୀୟ ଅଂଚଳରେ ଓମିକ୍ରନ ସଂଖ୍ୟା ବଢ଼ିଛି । ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହାକୁ ଜାଣିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । କିଛି ଦିନ ତଳେ ହୋଇଥିବା ଜେନମ ସିକ୍ୱେନସିଂ ଅନୁସାରେ ୬୦ ପ୍ରତିଶତ ଥିଲା । ଏବେ ନିଶ୍ଚୟ ବଢିଥିବ । ବାହାର ଦେଶର ଯାତ୍ରୀଙ୍କ ଆଗମନ ବିନା ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢ଼ୁଛି, ତାର ଅର୍ଥ ଗୋଷ୍ଠୀ ସଂକ୍ରମଣ ହୋଇଛି । ଅନ୍ୟ ଦେଶରେ ଏହା ହେବା ଆମେ ଦେଖିଛେ । ଆଉ କିଛି ଦିନରେ ଭାରତରେ ବି ଗୋଷ୍ଠୀ ସଂକ୍ରମଣ ହୋଇଯିବ । ଏବେ ରାଜ୍ୟରେ ବହୁତ କମ ସଂକ୍ରମିତ ହସ୍ପିଟାଲରେ ଆଡମିଟ ହେଉଛନ୍ତି । ମାତ୍ର ୨ ପ୍ରତିଶତରୁ କମ୍ ଆଡମିଟ ହୋଇଛନ୍ତି । ଯଦି ସାମାନ୍ୟ ଲକ୍ଷଣ ରହୁଛି ତା’ହେଲେ ଟେଷ୍ଟ କରନ୍ତୁ, ଟେଷ୍ଟ ନ କଲେ ଅସୁବିଧା ଅଛି, ଘରେ ସମସ୍ତଙ୍କୁ ହୋଇଯିବ । ଏଯାଏଁ ରାଜ୍ୟରେ ଜଣେ ବି ଓମିକ୍ରନ ରୋଗୀଙ୍କର ମୃତ୍ୟୁ ହୋଇନି । ଏଯାଏଁ ରାଜ୍ୟରେ ସଂକ୍ରମଣ ତଳ ମୁହାଁ ହୋଇଛି ବୋଲି କହି ହେବନାହିଁ । ଆମକୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ହେବ ।
