ଦେଶରେ କରୋନା ସକ୍ରିୟ ମାମଲା, ଶ୍ରେଷ୍ଠ ୧୦ରେ ଓଡ଼ିଶା
ଗୋଟିଏ ସପ୍ତାହରେ ୫୧୫ ଜିଲାରେ ୫ %ରୁ ଅଧିକ ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରେଷ୍ଠ ୧୦ଟି କରୋନା ସକ୍ରିୟ ମାମଲା ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମଣ ମାମଲା ରହିଛନ୍ତି । ସେହିପରି ମହାରାଷ୍ଟ୍ର ସହ କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଉତର ପ୍ରଦେଶ, ଗୁଜୁରାଟ, ଓଡ଼ିଶା, ଦିଲ୍ଲୀ ଓ ରାଜସ୍ତାନ ଶ୍ରେଷ୍ଠ ୧୦ କରୋନା ସକ୍ରିୟ ମାମଲା ତାଲିକାରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ଗତ ଏକ ସପ୍ତାହରେ ୫ ପ୍ରତିଶତରୁ ଅଧିକ ସଂକ୍ରମଣ ହୋଇଥିବା ଜିଲ୍ଲା ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପ୍ରେସବାର୍ତାରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ୧୨ ଜାନୁୟାରୀ ପର୍ଯ୍ୟନ୍ତ ଦେଶରେ ୩୩୫ ଜିଲ୍ଲା ଏପରି ଥିଲା ଯାହା ସଂକ୍ରମଣ ହାର ୫ ପ୍ରତିଶତ ରୁ ଅଧିକ । ଏବେ ଏହି ସଂଖ୍ୟା ବଢ଼ି ୫୧୫ରେ ପହଂଚିଛି । ରାଜେଶ ଭୂଷଣ କହିଛନ୍ତି ଯେ, ଦେଶର କିଛି ରାଜ୍ୟରେ ସଂକ୍ରମଣ ଦୃତ ଗତିରେ ବଢ଼ୁଛି । ଏହି ରାଜ୍ୟ ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ଯାହା ପଜିଟିଭିଟି ରେଟ ଦୁଇ ପ୍ରତିଶତରୁ ବୃଦ୍ଧି ହୋଇ ୨୨ ପ୍ରତିଶତ ହୋଇଛି । କର୍ଣ୍ଣାଟକରେ ୧୫ ପ୍ରତିଶତ, ତାମିଲନାଡ଼ୁରେ ୨୦ ପ୍ରତିଶତ, କେରଳରେ ୩୨ ପ୍ରତିଶତ, ଦିଲ୍ଲୀରେ ୩୦ ପ୍ରତିଶତ ଏବଂ ଉତର ପ୍ରଦେଶରେ ୬ ପ୍ରତିଶତ ରହିଛି । ସେ କହିଛନ୍ତିଯେ, ଚିନ୍ତା ବଢ଼ାଉଥିବା ରାଜ୍ୟ ଗୁଡ଼ିକୁ କେନ୍ଦ୍ର ସରକାର କେନ୍ଦ୍ରୀୟ ଦଳ ପଠାଇଛନ୍ତି ।
