ଟିକା ନେବାର ୬ ମାସ ପରେ ବୁଷ୍ଟର ଡୋଜ୍ ଦେବାକୁ ଗବେଷକଙ୍କ ପରାମର୍ଶ
ନୂଆଦିଲ୍ଳୀ : କୋଭିଡ ଟିକା ନେବାର ୬ ମାସ ପରେ ଆଣ୍ଟିବଡି ସ୍ତର ଓ ପ୍ରତିରୋଧକତା ପ୍ରାୟ ୩୦% ଲୋକଙ୍କର କମିଯାଉଛି । ଉଚ୍ଚ ରକ୍ତଚାପ, ଡାଇବେଟିସ୍ ପରି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ବୟସ୍କ ବ୍ୟକ୍ତିଙ୍କର ଆଣ୍ଟିବଡି ସ୍ତର ଓ ପ୍ରତିରୋଧକତା କମି ଯାଉଛି । ଏଥିନେଇ ୬ମାସ ପରେ ବୁଷ୍ଟର ଡୋଜ ଦେବାକୁ ଗବେଷକମାନେ ପରାମର୍ଶ ଦେଇଛନ୍ତି ।
ବାକି ୭୦% ଯୁବବର୍ଗଙ୍କ ପ୍ରତିରୋଧକତା ୬ ମାସ ପରେ ବି ଅକ୍ଷୁଣ୍ଣ ରହୁଛି । ବର୍ତ୍ତମାନ ୯ ମାସ ପରେ ୬୦ରୁ ଊଦ୍ଧ୍ୱର୍ ବୟସ୍କ ବ୍ୟକ୍ତି ବୁଷ୍ଟର ନେଇପାରିବ ବୋଲି ସରକାର ନିୟମ କରିଛନ୍ତି । କିନ୍ତୁ ଏହା ସେହି ୭୦ % ଯୁବବର୍ଗଙ୍କୁ ସୁରକ୍ଷା ଦେଇପାରିବ ଯେଉଁମାନଙ୍କ ପ୍ରତିରୋଧକତା ୬ ମାସ ପରେ ବି ରହୁଛି । ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ବୟସ୍କମାନଙ୍କୁ ୬ ମାସ ପରେ ବୁଷ୍ଟର ଦେବା ଉଚିତ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି ।
