ବ୍ରହ୍ମୋସ ମିସାଇଲ ଅପଡେଟେଡ୍ ଭର୍ସନର ସଫଳ ପରୀକ୍ଷଣ, ବଢ଼ିଲା ଲକ୍ଷ୍ୟ ଭେଦ କ୍ଷମତା
ବାଲେଶ୍ୱର : ସୁପରସୋନିକ୍ କ୍ରୁଜ୍ ମିଜାଇଲ୍ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି । ଏହା ବ୍ରହ୍ମୋସର ଅପଡେଟେଡ୍ ଭର୍ସନ । ଏହି ମିଜାଇଲରେ ଲାଇଫ ଏକ୍ସଟେନସନ ଟେକନୋଲୋଜିର ବ୍ୟବହାର କରାଯାଇଛି । ବାଲେଶ୍ୱର ଜିଲା ଚାନ୍ଦିପୁର ପରିକ୍ଷଣ କେନ୍ଦ୍ରର ୩ ନମ୍ବର ଲଂଚ ପ୍ୟାଡରୁ ଗୁରୁବାର ଦିନ ୧୦ଟା ୩୦ ମିନିଟରେ ଏହି ପରୀକ୍ଷା କରାଯାଇଛି । ପୂର୍ବରୁ ଏହି ମିଜାଇଲ୍ର ଲକ୍ଷ ଭେଦ କ୍ଷମତା ୨୯୦ କିଲୋମିଟର ଥିବା ବେଳେ ପ୍ରଥମଥର ପାଇଁ ଏହାର ଲକ୍ଷ୍ୟ ଭେଦ କ୍ଷମତାକୁ ପରିବର୍ଦ୍ଧିତ କରାଯାଇଛି । ପୂର୍ବ ଅପେକ୍ଷା ଏହି ମିଜାଇଲ ୪ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ ବୋଲି ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି ।
BrahMos supersonic cruise missile, with enhanced capability, successfully test-fired off Odisha coasthttps://t.co/7L758zZ2qy pic.twitter.com/aSMIULMjp2
— DRDO (@DRDO_India) January 20, 2022
ଏହି କ୍ଷେପଣାସ୍ତ୍ରକୁ ଉଭୟ ଭାରତ ଓ ରୁଷିଆ ମିଳିତ ସହଯୋଗରେ ନିର୍ମାଣ କରିଛନ୍ତି । ସୁପର ସୋନିକ୍ କ୍ରୁଜ୍ ମିଜାଇଲ ବ୍ରହ୍ମୋସକୁ କ୍ଷେପଣାସ୍ତ୍ର ବିଧ୍ୱଂଶକାରୀ କ୍ଷେପଣାସ୍ତ୍ର ଭାବେ ବ୍ୟବହାର କରାଯାଇପାରିବ ବୋଲି ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି । ଏହି ମିଜାଇଲର ଲମ୍ବ ୮. ୪ ମିଟର ଥିବା ବେଳେ ଓସାର ୦. ୬ ମିଟର ଏହି କ୍ରୁଜ ମିଜାଇଲ ୨.୫ ଟନ ପର୍ଯ୍ୟନ୍ତ ଅଣୁ ଓ ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ମିସାଇଲର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଓ ପରୀକ୍ଷଣକରି ଦଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
