‘ବୁଲ୍ଲି ବାଈ’ ଆପ୍ ମାମଲାରେ ଓଡିଶାରୁ ଜଣେ ଗିରଫ
ମୁମ୍ବାଇ : ବିବାଦୀୟ ‘ବୁଲ୍ଲି ବାଈ’ ଆପ୍ ମାମଲାରେ ଆଉ ଜଣେ ଅଭିଯୁକ୍ତ ଧରାପଡିଛି । ଓଡିଶାରୁ ଧରାପଡିଛି ଅଭିଯୁକ୍ତ । ଗିରଫ ଅଭିଯୁକ୍ତର ନାଁ ନୀରଜ ସିଂହ ବୋଲି ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସୂଚନା ଦେଇଛି । ଏହାକୁ ମିଶାଇ ଏହି ମାମଲାରେ ଏ ଯାଏଁ ୫ ଜଣଙ୍କୁ ଗିରଫ କରାଯାଇଛି ।ପୂର୍ବରୁ ପୋଲିସ ଏହି ବିବାଦୀୟ ଆପ୍ ମାମଲାରେ ବିଶାଖା ଝା, ଶ୍ୱେତା ସିଂହ, ମୟଙ୍କ ରାୱତ ଓ ନୀରଜ ବିଷ୍ନୋଇଙ୍କୁ ଗିରଫ କରିସାରିଛି । ବୁଲ୍ଲି ବାଈ ଆପ୍ ଜରିଆରେ କିଛି ପ୍ରମୁଖ ମୁସଲିମ ମହିଳାଙ୍କ ଫଟୋ ଅପଲୋଡ୍ କରି ସେମାନଙ୍କ ନିଲାମ ଡକାଯାଉଥିଲା । ସେମାନଙ୍କ ଫଟୋରେ ଆପତ୍ତିଜନକ ଟିପ୍ପଣୀ ମଧ୍ୟ କରାଯାଉଥିଲା ।
ବହୁଚର୍ଚ୍ଚିତ ବୁଲୀ ବାଇ ଏପ୍ ମାମଲାର ଚତୁର୍ଥ ଅଭିଯୁକ୍ତକୁ ମୁମ୍ବାଇ ପୋଲିସ୍ ଓଡ଼ିଶାରୁ ଗିରଫ କରିଛି । ମୁମ୍ବାଇ ପୋଲିସ୍ ଓଡ଼ିଶାରୁ ନୀରଜ ସିଂହ(୨୮ ବର୍ଷ)ଙ୍କୁ ମୁମ୍ବାଇ ନିଆଯାଉଛି । ଏହାପୂର୍ବରୁ ମୁମ୍ବାଇ ପୋଲିସ୍ ଏହି ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ତିନିଜଣଙ୍କ ଜାମିନ୍ ଉପରେ ରାୟ ବାନ୍ଦ୍ରା ମାଜିଷ୍ଟେଟ୍ କୋର୍ଟ ସୁରକ୍ଷିତ ରଖିଛନ୍ତି । ମୁମ୍ବାଇ କ୍ରାଇମ ବ୍ରାଂଚ ସୂତ୍ର ଅନୁଯାୟୀ ତା’ର ସାଇବର ସେଲ୍ ଅଭିଯୁକ୍ତ ଶ୍ୱେତା ସିଂହ, ବିଶାଳ ଝା ଏବଂ ମୟଙ୍କ ରାୱଲ ସହ ମିଳିଥିବା ସୂଚନା ଆଧାରରେ ନୀରଜ ସିଂହଙ୍କୁ ଓଡ଼ିଶାରୁ ଗିରଫ କରାଯାଇଛି । ଏହା ପୂର୍ବରୁ ସୁଲି ଡିଲ ମାମଲାରେ ଦିଲ୍ଲୀ ପୋଲିସ୍ ନୀରଜ ବିଶ୍ୱୋଇ, ଓଁକାରେଶ୍ୱର ଠାକୁରଙ୍କୁ ଗିରଫ କରିଛି । ମୁମ୍ବାଇ ପୋଲିସ୍ ଶ୍ୱେତା ସିଂହ, ବିଶାଲ ଝା, ମୟଙ୍କ ରାୱଲ ଠାରୁ ସୁଲୀ ଡିଲ୍ ମାମଲାରେ ମଧ୍ୟ ପଚରାଉଚୁରା କରୁଛି । ମୁମ୍ବାଇ କ୍ରାଇମବ୍ରାଂଚର ଅଧିକାରୀ କହିଛନ୍ତି ଯେ ନିରଜ ସିଂହଙ୍କୁ ମୁମ୍ବାଇ ଆଣି ପୋଲିସ୍ ବୁଲି ବାଇ ଏପ୍ ଓ ସୁଲୀ ଡିଲ୍ ଏପ୍, ଏହି ଦୁଇ ମାମଲାରେ ପଚରା ଉଚୁରା କରିବ ।
