ରିଅଲ୍ମି ପକ୍ଷରୁ ଅଲ୍ଟିମେଟ୍ ପର୍ଫର୍ମର୍ ରିଅଲ୍ମି ୯ଆଇ ଉନ୍ମୋଚିତ
ମୁମ୍ବାଇ : ଭାରତର ଦ୍ରୁତ-ବିକଶିତ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍ମି ପକ୍ଷରୁ ଏହାର ଅଲ୍ଟିମେଟ୍ ପର୍ଫର୍ମର୍ ରିଅଲ୍ମି ୯ଆଇର ଉନ୍ମୋଚନ ଘୋଷଣା କରାଯାଇଛି । ରିଅଲ୍ମି ୯ଆଇ ପ୍ରଥମ ସ୍ମାର୍ଟଫୋନ୍ ଅଟେ, ଯାହାକି ୬ଏନ୍ଏମ୍ ପ୍ରୋସେସ୍ ଉପରେ ଆଧାରିତ କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ ୬୮୦ ଦ୍ୱାରା ପରିଚାଳିତ । ଏହି ସ୍ମାର୍ଟଫୋନ୍ ଯୁବ ଉପଭୋକ୍ତା ମାନଙ୍କ ପାଇଁ ଏକ ଅତୁଳନୀୟ ଅନୁଭୂତି ଆଣିବା ପାଇଁ ଡାର୍ଟ ଚାର୍ଜିଂ ସଲ୍ୟୁଶନ, ବିଶାଳ ବ୍ୟାଟେରୀ, ଚମତ୍କାର ନାଇଟ୍ସ୍କେପ୍ କ୍ୟାମେରା, ସୁଗମ ଆଡାପ୍ଟିଭ୍ ଡିସ୍ପ୍ଲେ ଭଳି ଅନେକ ଅତ୍ୟାଧୁନିକ ଫିଚରଗୁଡିକ ସହିତ ସୁସଜ୍ଜିତ ରହିଛି । ରିଅଲ୍ମି ୯ଆଇ କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ୍ ୬୮୦, ଆଡ୍ଭାନ୍ସଡ୍ ୬ଏନ୍ଏମ୍ ପ୍ରୋସେସର ସହ ସୁସଜ୍ଜିତ ରହିଛି । ଏଥିରେ ସେଗ୍ମେଂଟ୍ର ପ୍ରଥମ ୩୩ୱାଟ୍ ଡାର୍ଟ ଚାର୍ଜିଙ୍ଗ୍ ସଲ୍ୟୁଶନ, ୫୦୦୦ ଏମ୍ଏଏଚ୍ର ବିଶାଳ ବ୍ୟାଟେରୀ, ଆଡାପ୍ଟିଭ୍ ୯୦ଏଚ୍ଜେଡ୍ ସ୍ମୁଥ୍ ଡିସ୍ପ୍ଲେ, ୫୦ ଏମ୍ପି ନାଇଟ୍ସ୍କେପ୍ ଟ୍ରିପଲ୍ କ୍ୟାମେରା ସହିତ ୧୧ ଜିବି ପର୍ଯ୍ୟନ୍ତ ଡାଇନାମିକ୍ ରାମ୍ ଏକ୍ସପାନ୍ଶନ ଟେକ୍ନୋଲୋଜି (ଡିଆର୍ଇ) ଫିଚର ରହିଛି । ରିଅଲ୍ମି ୯ଆଇ ଦୁଇଟି ଡାଇନାମିକ୍ କଲର୍-ପ୍ରିଜ୍ମ ବ୍ଲୁ ଓ ପ୍ରିଜ୍ମ ବ୍ଲାକ୍ ସହିତ ଏକ ଷ୍ଟେରିଓ ପ୍ରିଜ୍ମ ଡିଜାଇନ୍ରେ ୪ଜିବି+ ୬୪ ଜିବି ପାଇଁ ୧୩ ,୯୯୯ ଟଙ୍କା ଓ ୬ ଜିବି +୧୨୮ ଜିବି ପାଇଁ ୧୫, ୯୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ । ରିଅଲ୍ମି ୯ଆଇର ସେଲ୍ ଆସନ୍ତା ଜାନୁଆରୀ ୨୫ ତାରିଖ, ମଧ୍ୟାହ୍ନ ୧୨ଟାରୁ ଫ୍ଲିପ୍କାର୍ଟ ଡଟ୍ କମ୍, ରିଅଲ୍ମି ଡଟ୍ କମ୍ ଓ ମେନ୍ଲାଇନ୍ ଚ୍ୟାନେଲଗୁଡିକରେ ଉପଲବ୍ଧ ହେବ । ଜାନୁଆରୀ ୨୨, ମଧ୍ୟାହ୍ନ ୧୨ଟାରୁ ଫ୍ଲିପକାର୍ଟ. କମ, ରିୟଲମି.କମ ରେ ଉତ୍ସାହଜନକ ବ୍ୟାଙ୍କ ଅଫର ସହିତ ପ୍ରାକ ସେଲ ଉପଲବ୍ଧ ହୋଇଯିବ ।
ଉନ୍ମୋଚନ ଅବସରରେ ରିଅଲ୍ମି ଇଣ୍ଡିଆର ସିଇଓ , ରିଅଲ୍ମିର ଭିପି ଓ ରିଅଲ୍ମି ଇଂଟର୍ନ୍ୟାଶନାଲ ବିଜ୍ନେସ୍ ଗ୍ରୁପ୍ର ଅଧ୍ୟକ୍ଷ ମାଧବ ସେଠ୍ କହିଛନ୍ତି, ଆମେ ୯ ସିରିଜ୍ରେ ପ୍ରଥମ ପ୍ରବେଶକାରୀ ରିଅଲ୍ମି ୯ଆଇର ଶୁଭାରମ୍ଭ କରି ଉତ୍ସାହିତ ରହିଛୁ, ଆମର ଅଲ୍ଟିମେଟ୍ ପର୍ଫର୍ମର୍ ଯେଉଁଥିରେ ପ୍ରଥମ ସ୍ନାପ୍ଡ୍ରାଗନ୍ ୬୮୦, ୬ଏନ୍ଏମ୍ ପ୍ରୋସେସର ରହିଛି । ଏହା ଯୁବପିଢିଙ୍କ ପାଇଁ ସେଗ୍ମେଂଟ୍-ଲିଡିଙ୍ଗ୍, ଅତ୍ୟାଧୁନିକ ଟେକ୍ନୋଲୋଜି ଆଣିବା ଏବଂ ସେମାନଙ୍କୁ ନିଜର ଅଭିଳାଷଗୁଡିକୁ ପୂରଣ କରିବା ଲାଗି ଅଧିକ ବିକଳ୍ପ ସହ ସଶକ୍ତ କରିବା ପାଇଁ ରିଅଲ୍ମିର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି । ଆମେ ନିଶ୍ଚିତ ଯେ, ଏହି ନୂତନ ସ୍ମାର୍ଟଫୋନ୍ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଯୁବ ଉପଭୋକ୍ତାମାନଙ୍କ ମଧ୍ୟରେ ନିଜର ଆକର୍ଷଣକୁ ସୁଦୃଢ କରି ଏହାର ପୂର୍ବପିଢି ଭଳି ସମାନ ସ୍ତରର ଲୋକପ୍ରିୟତା ହାସଲ କରିବ ।
