ବଦଳିବେ ଭାରତରେ ଅବସ୍ଥାପିତ ଋଷୀୟ ରାଷ୍ଟ୍ରଦୂତ
ନୂଆଦିଲ୍ଲୀ : ବଦଳିବେ ଭାରତରେ ଅବସ୍ଥାପିତ ଋଷୀୟ ରାଷ୍ଟ୍ରଦୂତ। ଏପର୍ଯ୍ୟନ୍ତ ଏହି ପଦରେ ରହି ଆସିଥିବା ନିକୋଲାୟ କୁଦାଶେଭଙ୍କ ସ୍ଥାନରେ ନୂଆ ରାଷ୍ଟ୍ରଦୂତଙ୍କ ନିଯୁକ୍ତି ନେଇ କ୍ରେମଲିନ୍ ଘୋଷଣା କରିଛି। ଏହି ଘୋଷଣା ଅନୁସାରେ ଡେନିଶ ଏଲିପୋଭ ହେବେ ଭାରତରେ ଋଷିୟାର ନୂଆ ରାଷ୍ଟ୍ରଦୂତ।
ଭାରତରେ ଋଷିୟା ରାଷ୍ଟ୍ରଦୂତ ଅବସ୍ଥାପିତ ହେବା ପୂର୍ବରୁ ଡେନିଶ ବୈଦେଶିକ ବିଭାଗର ଏସିୟା ଉପନିର୍ଦ୍ଦେଶକ ଥିଲେ। ଏଣୁ ଭାରତ ସମ୍ପର୍କିତ ମାମଲାରେ ତାଙ୍କୁ ଜଣେ ବିଶେଷଜ୍ଞ ମନେ କରାଯାଏ।
