ବୁର୍ଲାରେ ପୁଣି ୪ ଡାକ୍ତରଙ୍କ ସହ ୬ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ
ସମ୍ବଲପୁର : ବୁର୍ଲାରେ ବଢିଚାଲିଛି କରୋନା ପଜିଟିଭ ସଂଖ୍ୟା । ଏହି ପରିପ୍ରେକ୍ଷୀରେ ପୁଣି ବୁର୍ଲା ମେଡିକାଲରେ ୪ ଜଣ ଡାକ୍ତର ଓ ୬ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ମେଡିକାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।
ଅନ୍ୟପଟେ ୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ଏବେ ସଂକ୍ରମଣ ଉପରମୁହାଁ ଥିବାବେଳେ ଭିମସାରରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
