ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଆଜି ପ୍ରାର୍ଥିପତ୍ର ଦାଖଲର ଦ୍ୱିତୀୟ ଦିନ, ୧୦ ଜିଲାକୁ ପଠାଗଲା ବ୍ୟାଲଟ ପେପର
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ମଙ୍ଗଳବାର ହେଉଛି ଦ୍ୱିତୀୟ ଦିନ । ଗତ ସୋମବାର ପ୍ରଥମ ଦିନରେ ୮ ହଜାର ୭୭୨ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ପ୍ରାର୍ଥିପତ୍ର ଦାଖଲର ପ୍ରଥମ ଦିନରେ ଜିଲ୍ଲା ପରିଷଦ ପଦ ପାଇଁ ୨୨, ସମିତି ସଭ୍ୟ ପାଇଁ ୫୧୨ ଓ ସଂରପଂଚ ପାଇଁ ୧୧୨୨ ଓ ୱାର୍ଡ ମେମ୍ବର ପାଇଁ ୭ ହଜାର ୧୧୬ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଆସନ୍ତା ୨୧ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ । ଏଣେ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାକୁ ବ୍ୟାଲଟ ପେପର ପଠାଯାଇଛି । ଅକ୍ଷର ଅନୁସାରେ ଏହି ସବୁ ବାଲାଟ ପେପର ପଠାଯାଇଛି ।
କଟକର ସରକାରୀ ପ୍ରେସରୁ ଏହି ବାଲଟ ପେପରକୁ ସୁରକ୍ଷିତ ଭାବେ ଜିଲ୍ଲାଗୁଡିକୁ ଯାଇଛି। ବାକି ଜିଲ୍ଲାର ବାଲଟ ପେପର ଆସନ୍ତାକାଲି ଓ ୨୧ ତାରିଖରେ ପଠାଯିବ । ପ୍ରତି ଜିଲ୍ଲାକୁ ୱାଟର ମାର୍କ ବାଲାଟ୍ ପେପର ପଠାଯାଉଛି । ୱାର୍ଡମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପୀ ଓ ସମିତି ସଭ୍ୟ ପାଇଁ ନୀଳ ରଙ୍ଗର ବାଲାଟ୍ ପେପର ପଠାଯାଉଛି । ଏହି ବାଲାଟ୍ ପେପରଗୁଡିକୁ ଷ୍ଟ୍ରଙ୍ଗ ରୁମ୍ରେ ରଖାଯିବ । ଠିକ ସମୟରେ ସେଗୁଡିକୁ ବ୍ଲକକୁ ପଠାଯିବ ବୋଲି କହିଛନ୍ତି ଅଧିକାରୀ।
