ଓମିକ୍ରନ ଶେଷ ଭାରିଆଣ୍ଟ ନୁହଁ : ସ୍ଵାସ୍ଥ୍ୟ ବିଶେଷଜ୍ଞ
Maria Smolnitcaia, 52, is a singer living on a TB ward in Balti, Moldova. Smolnitcaia says "When we take the pills, we feel worse. I'm losing my hearing a little. I feel pain in my bones, in my whole body."
ନୂଆଦିଲ୍ଲୀ : ମହାମାରୀ କୋଭିଡ୍ ଶୀଘ୍ର ସମାପ୍ତ ହେବାକୁ ଯାଉନାହିଁ ଏବଂ ଓମିକ୍ରନ କରୋନା ଭାଇରସ୍ର ଶେଷ ଭାରିଆଣ୍ଟ ହେବ ନାହିଁ। ଏମିତି କହି ଚେତାଇ ଦେଇଛନ୍ତି ଅନ୍ତର୍ଜାତୀୟ ସ୍ଵାସ୍ଥ୍ୟ ବିଶେଷଜ୍ଞ। ସେ କହିଛନ୍ତି ଘାତକ ଭାଇରସ୍ର ପରବର୍ତ୍ତୀ ସ୍ଵରୂପର ପ୍ରଭାବ କିପରି ରହିବ ଏହାର ସଂକ୍ରାମକ ଉପରେ ନିର୍ଭର କରିବ। ବିଶ୍ଵ ଆର୍ଥିକ ମଞ୍ଚର ସପ୍ତାହେ ଧରି ହେବାକୁ ଥିବା ଅନଲାଇନ୍ ଡାଭୋସ୍ ଏଜେଣ୍ଡା ସମ୍ମିଳନୀର ପ୍ରଥମ ଦିନ କୋଭିଡ୍-୧ର ସ୍ଥିତି ଉପରେ ପ୍ରସିଦ୍ଧ ଆମେରିକୀୟ ମହାମାରୀ ବିଜ୍ଞାନୀ ଆନ୍ଥୋନୀ ଫାଉଚି ଏହା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଲୋକଙ୍କୁ ସବୁ ଦିନ ମାସ୍କ ଲଗାଇବାକୁ ପଡିବ ନାହିଁ।
ସେ କହିଛନ୍ତି, ଓମିକ୍ରନ ବହୁତ ଦ୍ରୁତ ଗତିରେ ବ୍ୟାପୁଛି, ମାତ୍ର ଏହା ସତେଟା ଘାତକ ନୁହେଁ। ମୋ ମତରେ ବର୍ତ୍ତମାନ ପରିସ୍ଥିତି ଏମିତି ହିଁ ରହିବ। ଆଗାମୀ ସମୟରେ ସୃଷ୍ଟି ନୂତନ ଭାଇରସ୍ କେତେ ପ୍ରଭାବଶାଳୀ ରହିବ ତାର ସ୍ଵରୂପ ଉପରେ ନିର୍ଭର କରିବ। ମହାମାରୀକୁ ନେଇ ଅନେକ ପ୍ରକାରର ଭ୍ରମାତ୍ମକ ସୂଚନା ରହିଛି। ମାତ୍ର ଏହା କହିବା ମୁସ୍କିଲ ଯେ, ମହାମାରୀ କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ? ସେହିପରି ଏହା ଅନୁମାନ କରିବା ମୁସ୍କିଲ ଯେ, ସ୍ଥିତି ସ୍ଵାଭାବିକ କେବେ ହେବ ? ମୋତେ ଲାଗୁ ନାହିଁ ଲୋକଙ୍କୁ ସର୍ବଦା ମାସ୍କ ପିନ୍ଧିବାକୁ ପଡିବ। ମୁଁ ଆଶା କରୁଛି ପରିସ୍ଥିତି ସ୍ଵାଭାବିକ ହେଲେ ମଧ୍ୟ ଆମ ମନରେ ଏହା ସର୍ବଦା ରହିବ ଯେ, ଏକ ମହାମାରୀ ଆମ ଉପରେ କଣ ପ୍ରଭାବ ପକାଇପାରେ।
