ବୟସ୍କଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଜାରି ! ସାମାନ୍ୟ, ମଧ୍ୟମ ଓ ଗୁରୁତର ରୋଗୀଙ୍କୁ ବିଭକ୍ତ
ନୂଆଦିଲ୍ଲୀ : ଦେଶରେ କରୋନାର ସ୍ଥିତିକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୟସ୍କ କରୋନା ରୋଗୀଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି । ସଂଶୋଧିତ ଗାଇଡଲାଇନରେ ତିନି ପ୍ରକାର ସାମାନ୍ୟ, ମଧ୍ୟମ ଏବଂ ଗୁରୁତର ଶ୍ରେଣୀରେ ରୋଗୀଙ୍କୁ ବିଭକ୍ତ କରାଯାଇଛି । ଏପରି ରୋଗୀଙ୍କୁ ସୁରକ୍ଷିତ ଶାରୀରିକ ଦୂରତା ରକ୍ଷା କରିବା ସହ, ହାତକୁ ଭଲ ଭାବରେ ସଫା କରିବା ଏବଂ ଘର ଭିତରେ ମାସ୍କ ପିନ୍ଧିବାକୁ ବି ପରାମର୍ଶ ଦିଆଯାଇଛି।
COVID-19 National Task Force under Ministry of Health and Family Welfare releases revised clinical guidance for the management of adult COVID-19 patients pic.twitter.com/x4R6ZntVnz
— ANI (@ANI) January 17, 2022
ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ – ନୂଆ ମାର୍ଗଦର୍ଶିକାରେ ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କ ନିଶ୍ୱାସ ନେବାରେ ଅସୁବିଧା ହେଲେ, ଜ୍ୱର ହେଲେ କିମ୍ୱା ୫ ଦିନରୁ ଅଧିକ ଦିନ ଧରି କାଶ ହେଲେ ଚିକିତ୍ସା ସହାୟତା ନେବା ଦରକାର ବୋଲି କୁହାଯାଇଛି। ଏହିପରି ରୋଗୀ ନିଜକୁ ଘରେ ଆଇସୋଲେଟ କରି ରଖିବାକୁ କୁହାଯାଇଛି। ସେହିପରି ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ ପାଇଁ – ମଧ୍ୟମ ଧରଣ କରୋନା ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ପାଇଁ କ୍ଲିନିକଲ ୱାର୍ଡରେ ଭର୍ତ୍ତି କରାଯାଇ ପାରିବ । ଏପରି ରୋଗୀଙ୍କୁ ସଂଶୋଧିତ ଗାଇଡଲାଇନ ଅନୁସାରେ ଅକ୍ସିଜେନ ସହାୟତା ପ୍ରଦାନ କରାଯିବା ଦରକାର। ଯେଉଁ ରୋଗୀଙ୍କୁ ଅକ୍ସିଜେନର ଆବଶ୍ୟକତା ରହିଛି, ସେମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅପରପକ୍ଷେ ଗୁରୁତର କରୋନା ରୋଗୀଙ୍କ ପାଇଁ – ଯେଉଁ ରୋଗୀଙ୍କ ଅକ୍ସିଜେନ ସ୍ତର ୯୦ରୁ କମ ସେମାନଙ୍କୁ ଏହି ଶ୍ରେଣୀରେ ରଖାଯାଇଛି। ଏହି ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ଦରକାର। ଏପରି ରୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯିବା ଦରକାର। ନିଶ୍ୱାସ ନେବାରେ ଅସୁବିଧା ଏବଂ ଅକ୍ସିଜେନର ଅଧିକ ଆବଶ୍ୟକତା ଥିବା ରୋଗୀଙ୍କୁ ଏନଆଇଭି ଦିଆଯିବା ଦରକାର।
