ବଡ଼ ଖବର! ୧୨ ରୁ ୧୫ ବର୍ଷୀୟ ପିଲାଙ୍କୁ ଏହିଦିନ ଠୁ ଦିଆଯିବ କରୋନା ଟିକା
Israelis recieve a third dose of the COVID-19 vaccine at a Health Care center in Katzrin, Golan Heights, November 16, 2021. Photo by Michael Giladi/Flash90 *** Local Caption *** çéñåï ÷åøåðä çéñåðéí ÷åøåðä çåìéí
ନୂଆଦିଲ୍ଲୀ : କରୋନା ମାମଲା ବଢୁଥିବା ବେଳେ ଏବେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ୧୫ ରୁ ୧୮ ବର୍ଷର ପିଲାମାନଙ୍କୁ ଟୀକାକରଣ ଆରମ୍ଭ ହୋଇସାରିଛି ସେହିପରି ଏବେ ୧୨ ରୁ ୧୫ ବର୍ଷୀୟ ପିଲାଙ୍କୁ ଟୀକାକରଣ ମଧ୍ୟ ଦେଶରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ତେବେ ଖବର ଅନୁଯାୟୀ, ୧୨ ରୁ ୧୫ ବର୍ଷୀୟ ପିଲାଙ୍କୁ ମାର୍ଚ୍ଚ ମାସ ଠାରୁ ଟୀକାକରଣରେ ସାମିଲ କରାଯିବ । ଏନଟିଏଜିଆଇ ଅର୍ଥାତ୍ ନ୍ୟାସନାଲ ଟେକ୍ନିକାଲ ପରାମର୍ଶଦାତା ସଂଘର ବୈଠକରେ ଏହାକୁ ନେଇ ଖୁବଶୀଘ୍ର ନିଷ୍ପତ୍ତି ହୋଇପାରେ ।
୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କର ଟୀକାକରଣ ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି, ଯାହା ପରେ ୧୨ ବର୍ଷରୁ ୧୫ ବର୍ଷ ମଧ୍ୟରେ ପିଲାମାନଙ୍କର ଟୀକାକରଣ ଆରମ୍ଭ ହୋଇପାରିବ। ଏଥିପାଇଁ ଟିକା ମଧ୍ୟ ଉପଲବ୍ଧ ରହିଛି। ୧୨ ରୁ ୧୫ ବର୍ଷର ପିଲାମାନେ କୋରୋନା ଟିକା ପାଇଁ ଡ଼ିଜିସିଆଇ ଅର୍ଥାତ୍ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଅନୁମୋଦନ ଲାଭ କରିଛି।
୧୨ ରୁ ୧୫ ବର୍ଷ ବୟସ୍କଙ୍କୁ ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ କୋଭାକ୍ସିନ୍ ଟିକା ଦିଆଯାଇପାରେ । ବର୍ତ୍ତମାନ ଏହି ଟିକା ୧୫ ରୁ ୧୮ ବର୍ଷ ବୟସ୍କଙ୍କୁ ଦିଆଯାଉଛି । କୋଭିଡ ଟାସ୍କ ଫୋର୍ସର ଚେୟାରମ୍ୟାନ୍ କହିଛନ୍ତି ଯେ ୧୫ ରୁ ୧୮ ବର୍ଷ ବୟସର ଏକ ଆନୁମାନିକ ୭.୪ କୋଟି ଜନସଂଖ୍ୟା ମଧ୍ୟରୁ ୩.୪୫ କୋଟିରୁ ଅଧିକ କୋଭାକ୍ସିନ ର ପ୍ରଥମ ଡୋଜ ଦିଆଯାଇଛି ଏବଂ ସେମାନଙ୍କୁ ଦ୍ୱିତୀୟ ଡୋଜ ୨୮ ଦିନ ପରେ ଦିଆଯିବ।
ତାଙ୍କ କହିବା କଥା ଏହି ବର୍ଗର ବୟସ୍କମାନେ ଅତି ଉତ୍ସାହର ସହ ଏହି ବର୍ଗ ଟୀକାକରଣରେ ଭାଗ ନେଉଛନ୍ତି । ତାକୁ ନଜରରେ ଦେଖିଲେ ତେବେ ଜାନୁଆରୀ ମାସ ଶେଷ ସୁଦ୍ଧା ପ୍ରଥମ ଡୋଜ ସରୁଥିବା ବେଳେ ଫେବ୍ରୁଆରୀ ଶେଷକୁ ଦ୍ୱିତୀୟ ଡୋଜ୍ ସମାପ୍ତ ହୋଇପାରିବ ଯାହା ଫଳରେ ମାର୍ଚ୍ଚ ମାସରୁ ୧୨ ରୁ ୧୫ ବୟସ୍କଙ୍କ ଟୀକାକରଣ ଆରମ୍ଭ ହୋଇପାରିବ। ସରକାରୀ ସୂଚନାନୁସାରେ, ଏବେସୁଦ୍ଧା ୧୫ ରୁ ୧୮ ବର୍ଷ ବୟସ୍କଙ୍କ ସଂଖ୍ୟା ପ୍ରାୟ ୩.୪୫ କୋଟିରୁ ଅଧିକ ପିଲାଙ୍କୁ ପ୍ରଥମ ଡୋଜ୍ ଦିଆସରିଛି।
