ଓମିକ୍ରନ ସଂକଟ, ଦେଶରେ ୮୨୦୯ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ କରୋନାର ନୂଆ ଭେରିଆଂଟ ଓମିକ୍ରନର ମାମଲା ଦୃତ ଗତିରେ ବଢ଼ି ବଢ଼ିି ଚାଲିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶରେ ଓମିକ୍ରନର ସଂକ୍ରମଣ ବର୍ତମାନ ମୋଟ୍ ୮ହଜାର ୨୦୯ ରେ ପହଂଚିଛି । ଗତ ୨୪ ଘଂଟା ମଧ୍ୟରେ ଓମିକ୍ରୋନର ନୂଆ ମାମଲା ୬.୦୨ ପ୍ରତିଶତ ଭାବରେ ବଢିଛି । ବର୍ତମାନ ସୁଦ୍ଧା ଦେଶରେ ଓମିକ୍ରୋନରେ ଜଣେ ମାତ୍ର ମୃତ୍ୟ ହୋଇଥିବାର ଖବର ମିଳିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ବର୍ତମାନ ଦେଶର ୨୮ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଓମିକ୍ରୋନ ସଂକ୍ରମଣରେ ସଂକ୍ରମିତ ହୋଇସାରିଛନ୍ତି । ଦେଶରେ ସବୁଠାରୁ ଅଧିକ ସଂକ୍ରମଣ ମହାରାଷ୍ଟରେ ହୋଇଥିବା ସୂଚନା ଦିଆଯାଇଛି । ରାଜସ୍ଥାନର ସ୍ଥାନ ଦ୍ୱିତିୟରେ ଅଛି । ତୃତୀୟ ସ୍ଥାନରେ ଦିଲ୍ଲୀ ଥିବାବେଳେ ଚତୁର୍ଥ ସ୍ଥାନରେ ଏବେ କେରଳ ଅଛି ସେହିଭଳି ୫ମ ସ୍ଥାନରେ ଅଛି କର୍ଣାଟକ ।
