ବାଘ ଛାଲ ସହ ୫ ଶିକାରୀ ଗିରଫ
ଦେବଗଡ଼ : ବାରକୋଟ ଥାନା ଅନ୍ତର୍ଗତ ଆମ୍ବକଟା ଜଙ୍ଗଲ ନିକଟରୁ ଦେବଗଡ଼ ଜିଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଆଜି ଗ୍ରାହକ ବେଶରେ ଏକ ବାଘ ଛାଲ ଜବତ କରିବା ସହ ୫ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ ବାଘ ଛାଲ ଜବତ କରିବା ସହ ଏକ ଭୁଜାଲୀ ଓ ମୋବାଇଲ ଫୋନ ଜବତ କରିଛି। ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାର୍ଡ ସଦଳ ବଳେ ଗ୍ରାହକ ବେଶରେ ୧୨ ଲକ୍ଷ ଟଙ୍କାରେ ବାଘ ଛାଲ କିଣିବାକୁ ଯାଇଥିବା ବେଳେ ସେଠାରେ ବାଘ ଛାଲ ବିକ୍ରି କରିବାକୁ ଆସିଥିବା ଶିକାରୀଙ୍କୁ ପୁଲିସ ସେମାନଙ୍କୁ କାବୁ କରିଥିଲା।
ଗିରଫ ଅଭିଯୁକ୍ତ ମାନେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡାର ପତି କିସାନ, ବଣେଇ ଥାନାଞ୍ଚଳର ମୁସ୍ତାକଉଦ୍ଦିନ, ଦେବଗଡ଼ ଜିଲ୍ଲା ରଂଭେଇ ପଞ୍ଚାୟତ ଅନ୍ତର୍ଗତ ସିରିଗିଡା ଗ୍ରାମର ଧୀରେନ ନାଏକ, ମହୁଲପଦା ଥାନାଞ୍ଚଲ ଜଗତୀ ଗ୍ରାମର ନିରଞ୍ଜନ ନାଏକ ଓ ଶୁକ୍ର କୋଲ୍ହନକୁ ଗିରଫ କରା ଯାଇଥିବା ଜିଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।
