ଜାରି ରହିଛି ଟିକାକାରଣ! କାହା ଇଚ୍ଛା ବିରୋଧରେ ଦିଆଯିବନି ଟିକା : କେନ୍ଦ୍ର
ନୂଆଦିଲ୍ଲୀ : ମହାମାରୀ କେରୋନା ବିରୋଧରେ ଜାରି ରହିଛି ଟିକାକାରଣ । ଏହାରି ଭିତରେ ଟିକାରଣକୁ ବର୍ଷେ ମଧ୍ୟ ପୂରଣ ହୋଇଛି । କୋଭିଡ ଟିକାରଣକୁ ନେଇ ସର୍ବୋଚ୍ଚ ନ୍ୟାୟଳୟରେ ଏକ ପିଆଇଏଲ ଦାଖଲ କରିଛନ୍ତି କେନ୍ଦ୍ର ସରକାର । କୋଭିଡ ଟିକା ବାଧ୍ୟତାମୂଳକ ନୁହେଁ। ଜନସ୍ବାର୍ଥ୍ୟ ଦୃଷ୍ଟିରୁ ଟିକା ନେବା ଜରୁରୀ ରହିଛି ବୋଲି କହିଛନ୍ତି କେନ୍ଦ୍ର ସରକାର । କାହା ଇଚ୍ଛା ବିରୋଧରେ ଟିକା ଦିଆଯାଇପାରିବ ନାହିଁ ବୋଲି କହିଛି କେନ୍ଦ୍ର।
ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ଯେ ଟିକା ନେବା ନିହାତି ଆବଶ୍ୟକ । ସଂକ୍ରମଣକୁ ମୁକାବିଲା କରିବା ପାଇଁ ଟିକା ନେବା ଜରୁରୀ । ଭିନ୍ନକ୍ଷମଙ୍କ ପାଇଁ ଡୋର ଡୋର ଟୀକାକରଣ ବ୍ୟବସ୍ଥା ହୋଇଛି । ଦିବ୍ୟାଙ୍ଗଙ୍କୁ ଟୀକାକରଣ ନେଇ ଇଭାରା ସଙ୍ଗଠନ ପକ୍ଷରୁ ଜାରି ହୋଇଥିବା ପିଆଏଲରେ ଭିନ୍ନକ୍ଷମମାନେ ସବୁଠାରୁ ବିପଜନ୍ନକ ସ୍ଥିତି ଥିବା ଦର୍ଶାଯାଇଛି । ସେମାନେ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରୁ ନଥିବାରୁ ଜଣାପଡିଛି । ଟିକା ପ୍ରମାଣପତ୍ର ନଥିବାରୁ ଦିବ୍ୟାଙ୍ଗ ମାନଙ୍କୁ ହଇରାଣ ହେବାକୁ ପଡ଼ୁଛି । ଟୀକାକରଣକୁ ନେଇ କୌଣସି ଏସଓପି ଜାରି କରାଯାଇ ନାହିଁ । ଯେକୌଣସି କ୍ଷେତ୍ର ପାଇଁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ କୋଭିଡ୍ ଟିକା ପ୍ରମାଣପତ୍ର ଦାଖଲ ଜରୁରୀ ନୁହେଁ । ସରକାର ସମସ୍ତଙ୍କୁ ଟୀକାକରଣ ପାଇଁ ଡୋର ଡୋର୍ ଅଭିଯାନ ଆରମ୍ଭ କରିବେ ।
