ଟିକେଟ୍ ନମିଳିବାରୁ ନେତାଙ୍କ ଆତ୍ମହତ୍ୟା ଉଦ୍ୟମ
ଲକ୍ଷ୍ନୌ : ଟିକେଟ୍ ନମିଳିବାରୁ ଜଣେ ନେତା ଦଳୀୟ ଅଫିସ ବାହାରେ କରିଛନ୍ତି ଆତ୍ମହତ୍ୟାର ଉଦ୍ୟମ । ଅଲିଗଡର ସମାଜବାଦୀ ପାର୍ଟି ନେତା ଆଦିତ୍ୟ ଠାକୁର ଟିକେଟ ନମିଳିବାରୁ ଏହି ପଦକ୍ଷପ ଉଠାଇଛନ୍ତି ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ମାହୋଲ ସରଗରମ ରହିଛି । ଟିକେଟ୍ ହାତେଇବା ପାଇଁ ନେତାଙ୍କ ମଧ୍ୟରେ ଟଣାଓଟରା ମଧ୍ୟ ଦେଖିବାକୁ ମିଳୁଛି। ଏଇ ଭିତରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।
ଟିକେଟ୍ ନମିଳିବାର ଅଲିଗଡର ସମାଜବାଦୀ ପାର୍ଟି ନେତା ଆଦିତ୍ୟ ଠାକୁର ପାର୍ଟି ଅଫିସ ବାହାରେ ହିଁ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ହେଲେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି। ବାସ୍ତବରେ ଆଦିତ୍ୟ ଠାକୁର ଏଥର ଛର୍ରାରୁ ନିର୍ବାଚନ ଲଢ଼ିବେ ବୋଲି ଅଶା ରଖିଥିଲେ । ଦଳର ହାଇକମାଣ୍ଡ ତାଙ୍କୁ ଏଥିପାଇଁ ଟିକେଟ ମଧ୍ୟ ଦେବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା। ହେଲେ ଯେତେବେଳେ ନିର୍ବାଚନୀ ଟିକେଟ୍ ବଣ୍ଟାଗଲା ସେତେବେଳେ ତାଙ୍କର ଏହି ଆଶା ମଉଳି ଯାଇଥିଲା। ତାଙ୍କୁ ସାମାଜବାଦୀ ପାର୍ଟି ମୁଖିଆ ଟିକେଟ୍ ଦେଇନଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ସାମାଜବାଦୀ ପାର୍ଟି ନେତା ଆଦିତ୍ୟ ଠାକୁର ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।ସୂଚନା ମୁତାବକ, ଚଳିତ ବର୍ଷ ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ଭୋଟିଂ ୧୦ ଫେବ୍ରୁଆରୀ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୪ ଫେବ୍ରୁଆରୀ, ୨୦ ଫେବ୍ରୁଆରୀ, ୨୩, ୨୭, ମାର୍ଚ୍ଚ ୩ ଏବଂ ମାର୍ଚ୍ଚ ୭ ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ ବୋଲି ନିର୍ବାଚନ କମିଶନର ଘୋଷଣା କରିଥିଲେ ।
