ଆଇସିୟୁରେ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର
ମୁମ୍ବାଇ : ମହାମାରୀ କରୋନା ସଂକ୍ରମଣରେ ପୀଡିତ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କ ମୁମ୍ଵାଇର କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସା ଜାରି ରହିଛି। ଲତାଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ଡାକ୍ତର ସଦ୍ୟତମ ରିପୋର୍ଟ ଦେଇଛନ୍ତି। ଡାକ୍ତର କହିଛନ୍ତି ଯେ, ଏବେ ତାଙ୍କ ଉପରେ ନଜର ରଖାଯିବା ବହୁ ଜରୁରୀ। ତେଣୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ଲତା କରୋନା ଏବଂ ନିମୋନିୟଆ ଉଭୟରେ ପୀଡିତ।
୯୨ ବର୍ଷୀୟ ଗାୟିକାଙ୍କୁ କରୋନାର ହାଲୁକା ଲକ୍ଷଣ ଦେଖିବାକୁ ମିଳିବା ପରେ ଗତ ସପ୍ତାହରେ ଦକ୍ଷିଣ ମୁମ୍ଵାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଲତାଙ୍କ ଡାକ୍ତର ଡ.ପ୍ରତୀତ ସମଦାନୀ କହିଛନ୍ତି, ଗାୟିକା ସଂପ୍ରତି କିଛି ଦିନ ହସ୍ପିଟାଲ୍ରେ ରହିବେ। ଏବେ ବି ଆଇସିୟୁରେ ସେ ଆମ ନୀରିକ୍ଷଣରେ ଅଛନ୍ତି। ଆମକୁ ଏବେ ଅପେକ୍ଷା କରିବାକୁ ପଡିବ। ତାଙ୍କର ସୁସ୍ଥ ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଡାକ୍ତର କହିଛନ୍ତି।
