ଆସନ୍ତାକଲି ଠାରୁ ଭୁବନେଶ୍ୱର ଏମ୍ସର ଓପିଡି ବନ୍ଦ
ଭୁବନେଶ୍ୱର : ଆସନ୍ତାକଲି ଠାରୁ ଭୁବନେଶ୍ୱର ଏମ୍ସର ଓପିଡି ବନ୍ଦ ରହିବ । ଏମ୍ସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି । ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରୀକାଳୀନ ସେବା ଜାରି ରହିବ । ଏନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ସୂଚନା ଯେ, ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ୧୦ ହଜାରରେ ଟ୍ରେଣ୍ଡ କରୁଛି। ଆକ୍ରାନ୍ତଙ୍କ ସଂଖ୍ୟା ଖୁବ୍ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ହସ୍ପିଟାଲର ଓପିଡିକୁ ବ୍ୟବହାର କରାଯାଉଛି। ହେଲେ ରୋଗୀ ସେବା ପୂର୍ବ ପରି ଚାଲୁ ରହିଛି।
