୩୭ ବର୍ଷରେ ପାଦ ଦେଲେ ସିଦ୍ଧାର୍ଥ ମଲହୋତ୍ରା, ଜାଣନ୍ତୁ ମଡେଲିଂରୁ ବଲିଉଡର ହାଣ୍ଡସମ୍ ହଙ୍କର ଯାତ୍ରା
ମୁମ୍ବାଇ : ଆଜି ୩୭ ବର୍ଷରେ ପାଦ ଦେଲେ ବଲିଉଡର ହାଣ୍ଡସମ୍ ହଙ୍କ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜନ୍ମଦିନ । ପ୍ରଥମେ ମଡେଲିଂରୁ କ୍ୟାରିୟର କରିଥିବା ସିଦ୍ଧାର୍ଥ ବହୁତ କମ୍ ଦିନ ମଧ୍ୟରେ ବଲିଉଡରେ ସଫଳ ହୋଇପାରିଛନ୍ତି । ସେ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ଗୋଟିଏ ପରେ ଗୋଟିଏ ଭିଲେନ, ବ୍ରଦର, ଇତ୍ତଫାକ୍, ମରଜାୱା,ବାର ବାର ଦେଖୋ, ମିଶନ ମଜନୁ, ଯୋଦ୍ଧା, କପୁର ଆଣ୍ଡ ସନ୍ସ ଭଳି ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି । ନିକଟରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ଦେଶାତ୍ମବୋଧକ ଫିଲ୍ମ ‘ଶେରଶାହା’ ତାଙ୍କୁ ଖୁବ୍ ଲୋକପ୍ରିୟ କରିପାରିଥିଲା । କାରଗିଲ ଯୁଦ୍ଧର ହିରୋ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଚରିତ୍ରରେ ଅଭିନୟ କରି ଦେଶବାସୀଙ୍କ ଦିଲ୍ ଜିତିଥିଲେ ସିଦ୍ଧାର୍ଥ । ଆଜି ଏହି ସେରଶାହ ଷ୍ଟାର ୩୭ ବର୍ଷରେ ପାଦ ଦେଇଛନ୍ତି ।
ସୂଚନା ଯେ, ୧୯୮୫ ମସିହା ଜାନୁୟାରୀ ୧୬ ତାରିଖ ଦିନ ଦିଲ୍ଲୀରେ ସିଦ୍ଧାର୍ଥଙ୍କ ଜନ୍ମ । ତାଙ୍କର ପିଲାବେଳୁ ହିଁ ଅଭିନୟରେ ରୁଚି ଥିଲା । ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଫିଲ୍ମ କରିବା ପୂର୍ବରୁ ସେ ମାଇଁ ନେମ୍ ଇଜ ଖାନରେ କରନ ଜୋହରଙ୍କ ଆସିଷ୍ଟାଣ୍ଡ ଡାଇରେକ୍ଟର ଥିଲେ । ପରେ ବଲିଉଡରେ ଏଣ୍ଟ୍ରି କରି ନିଜ ଫିଲ୍ମ କ୍ୟାରିୟରେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ସେ । ସୋସିଆଲ ମିଡିଆରେ ଏହି ଅଭିନେତାଙ୍କ ଅନେକ ଫ୍ୟାନ୍ସ ଅଛନ୍ତି । ଫ୍ୟାନ୍ସଙ୍କ ମଧ୍ୟରେ ଝିଅମାନଙ୍କ ତାଲିକା ବହୁତ ଲମ୍ବା । କିନ୍ତୁ ସିଦ୍ଧାର୍ଥ ଅଭିନେତ୍ରୀ କରୀନା କପୁରଙ୍କ ବଡ ଫ୍ୟାନ୍ । ଏକ ଇଣ୍ଟରଭ୍ୟୁରେ ସିଦ୍ଧାର୍ଥଙ୍କୁ ପଚରା ଯାଇଥିଲା କି, ଆପଣ କେଉଁ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି, ସେ ତୁରନ୍ତ କରୀନା କପୁର ଖାନଙ୍କ ନାମ ନେଇଥିଲେ ।
