ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୨୦୦ ଟପିଲା
ଭୁବନେଶ୍ୱର : ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଛି । ଶନିବାର ଦିନ ରାଜ୍ୟରେ ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍) ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି ।
ସୂଚନା ଯେ, ଗତ ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ପ୍ରଥମ ଥର ପାଇଁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ଡିସେମ୍ବର ୨୩ ରେ ୨, ଡିସେମ୍ବର ୨୬ ରେ ୪,ଡିସେମ୍ବର ୨୯ରେ ୧, ଡିସେମ୍ବର ୩୦ରେ ୫, ଜାନୁଆରୀ ୨ରେ ୨୩ ଜଣ, ଜାନୁଆରୀ ୫ ରେ ୨୪, ଜାନୁଆରୀ ୮ରେ ୧୪, ଜାନୁଆରୀ ୧୦ ରେ ୨୮ ଓ ଜାନୁଆରୀ ୧୨ ରେ ସର୍ବାଧିକ ୬୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
