ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ ଲଢ଼ିବେ ଯୋଗୀ
ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରଥମ ତାଲିକା ପ୍ରକାଶ କରିଛି । ଆଜି ଦଳ ଦ୍ୱାରା ପ୍ରକାଶିତ ତାଲିକାରେ ରାଜ୍ୟ ସିଏମ୍ ଯୋଗୀ ଆଦିତ୍ୟନାଥଏବଂ ରାଜ୍ୟର ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଦଳ ଗୋରଖପୁର ସିଟି ସିଟରୁ ସିଏମ ଯୋଗୀଙ୍କୁ ନିର୍ବାଚନ ଲଢ଼ିବେ । ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟାଙ୍କୁ ପ୍ରୟାଗରର ସିରାଥୁ ଆସନରୁ ଟିକେଟ ଦିଆଯାଇଛି । ତେବେ ଏହା ପୂର୍ବରୁ ଏକ ଆଲୋଚନା ହୋଇଥିଲା ଯେ ଦଳ ଅଯୋଧ୍ୟାରୁ ସିଏମ ଯୋଗୀଙ୍କୁ ଓହ୍ଲାଇପାରେ । ଅନ୍ୟପକ୍ଷରେ ଆଜି ପ୍ରଥମ ପର୍ଯ୍ୟାୟରେ ବିଜେପି ୫୭ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।
ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଅର୍ଥାତ ଶନିବାର ନିଜର ପ୍ରଥମ ପାର୍ଥି ତାଲିକା ଜାରି କରିଛି । ଆଜି ଏହି ତାଲିକାରେ ୫୭ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି । ଯେଉଁଥିରେ ସବୁଠାରୁ ବଡ ନାମ ହେଉଛି ରାଜ୍ୟରୁ ସିଏମ ଯୋଗୀ ଆଦିତ୍ୟନାଥ । ଯିଏ କି ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଅନ୍ୟପକ୍ଷରେ ଆଜି ଦିଲ୍ଲୀରେ ରାଜ୍ୟ ନିର୍ବାଚନ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ ଏବଂ ଦଳର ସାଧାରଣ ସମ୍ପାଦକ ଅରୁଣ ସିଂ ନିର୍ବାଚନ ପାଇଁ ପ୍ରଥମ ତାଲିକା ପ୍ରକାଶ କରିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୫୮ ଟି ସିଟ୍ ମଧ୍ୟରୁ ୫୭ ଟି ସିଟ୍ ଘୋଷଣା କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୫୫ ଟି ସିଟ୍ ମଧ୍ୟରୁ ୪୮ ଟି ସିଟ୍ ଘୋଷଣା କରିଛି । ଅନ୍ୟପକ୍ଷରେ ବିଜେପି ମଧ୍ୟ ପ୍ରଥମ ତାଲିକାରେ କଲ୍ୟାଣ ସିଂଙ୍କ ନାତି ସନ୍ଦୀପ ସିଂଙ୍କୁ ଟିକେଟ୍ ଦେଇଛି । ଏହା ବ୍ୟତୀତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂଙ୍କୁ ମଧ୍ୟ ଟିକେଟ କରାଯାଇଛି ।
