କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର କୋରୋନା ସଂକ୍ରମିତ, ଆଇସିୟୁରେ ଭର୍ତ୍ତି
ହାଇଦ୍ରାବାଦ : କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର କୋରୋନା ସଂକ୍ରମିତ । କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଠାରେ କୋରୋନାର ସାମାନ୍ୟ ଲକ୍ଷଣ ରହିଛି ।
ଲତା ମଙ୍ଗେଶକରଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଡାକ୍ତରମାନେ କହିଛନ୍ତି ଯେ ଲତା ମଙ୍ଗେଶକରଙ୍କ ବୟସ ସମ୍ବନ୍ଧୀୟ ସମସ୍ୟା ରହିଥିବାରୁ ସେହି ଅନୁସାରେ ଚିକିତ୍ସା କରାଯାଉଛି। ତାଙ୍କ ଭାଣିଜୀ ରଚନା କହିଛନ୍ତି ଯେ, ଆମର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ତେବେ ଏହାପୂର୍ବରୁ, ସେ ନିଶ୍ବାସ ପ୍ରଶ୍ବାସରେ ପୀଡିତ ହେବା ପରେ ନଭେମ୍ବର ୨୦୧୯ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ଲତା ମଙ୍ଗେଶକରଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବା ପାଇଁ ଡାକ୍ତରଙ୍କ ଏକ ସ୍ବତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ତାଙ୍କ ଅବସ୍ଥା ସ୍ଥିର ରହିଛି। ରିପୋର୍ଟ ପଜିଟିଭ୍ ଆସିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଆଜି ସକାଳେ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗତକାଲି ସେ କରୋନା ପରୀକ୍ଷା କରିଥିଲେ। ରିପୋର୍ଟ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଡକ୍ଟର ପ୍ରତୀତ ସମଦାନୀ ଏବଂ ତାଙ୍କ ଟିମ୍ ଲତା ମଙ୍ଗେଶକରଙ୍କ ଚିକିତ୍ସା କରୁଛନ୍ତି।
