ମୁଗଲାଇ ଆଳୁ
ଆବଶ୍ୟକ ସାମଗ୍ରୀ :
୧୦ରୁ ୧୨ଟା ଛୋଟ ଆଳୁ, ୩ ବଡ଼ ଚାମଚ ଘିଅ, ୨ଟି କଟା ପିଆଜ, ଅଧ କପରୁ ଅଧିକ ଦହି, ୩ଟି ଲବଙ୍ଗ, ୨ଟି ଗୁଜରାତି, ୧ ଛୋଟ ଚାମଚ ଧନିଆ ଗୁଣ୍ଡ, ୧ଛୋଟ ଚାମଚ ଜିରାଗୁଣ୍ଡ, ୧ ଛୋଟ ଚାମଚ ଲଙ୍କାଗୁଣ୍ଡ, ଅଧ ଚାମଚ ହଳଦୀ ଗୁଣ୍ଡ, ୨ ବଡ଼ ଚାମଚ ଫ୍ରେଶ କ୍ରିମ, ଅଧ ଚାମଚ ଚିନି, ସ୍ବାଦାନୁସାରେ ଲୁଣ, ୨ରୁ ୩ ଚାମଚ ଖସଖସ, ଅଧ ଚାମଚ ଅଦା ପେଷ୍ଟ, ୨ଟି କଟା କଞ୍ଚା ଲଙ୍କା।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଆଳୁର ଚୋପା ଛଡ଼ାଇ ଧୁଅନ୍ତୁ। ଏହାକୁ ୧୦ ମିନିଟ ଯାଏ ଥଣ୍ଡା ପାଣିରେ ଭିଜାଇ ରଖନ୍ତୁ। ଏବେ କଣ୍ଟା ଚାମଚ ମାଧ୍ୟମରେ ଆଳୁ ଚାରିପାଖ ଛିଦ୍ର କରନ୍ତୁ। ଏଥିରେ ଦହି ଓ ଲୁଣ ପକାଇ କିଛି ସମୟ ଅଲଗା ରଖନ୍ତୁ। ପ୍ୟାନରେ ଘିଅ ଗରମ କରନ୍ତୁ। ଏବେ ଏଥିରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ସମେତ ସମସ୍ତ ମସଲା ପକାଇ ଦୁଇ ମିନିଟ ଯାଏ ଭାଜନ୍ତୁ। ଆଳୁରେ ଅଳ୍ପ ପାଣି ମିଶାଇ ମସଲାରେ ପକାନ୍ତୁ। ଏହାକୁ ସିଝିବାକୁ କିଛି ସମୟ ଛାଡ଼ନ୍ତୁ। ସିଝିଗଲା ପରେ ଗ୍ୟାସ ବନ୍ଦ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମୁଗଲାଇ ଆଳୁ। ସର୍ଭିଂ ଡିଶକୁ ବାହାର କରି କ୍ରିମ, କଟା ଧନିଆ ପତ୍ରରେ ସଜାଇ ଗରମ ଗରମ ପରଷନ୍ତୁ।
