କାୟା ମେଲାଉଛି ଓମିକ୍ରନ୍ ! ଜାଣନ୍ତୁ ସଂକ୍ରମିତ ବ୍ୟକ୍ତି କଣ ଖାଇବା ଉଚିତ୍ ଓ କଣ ନୁହେଁ
ଦେଶରେ ଓମିକ୍ରନ୍ ଭାରିଏଣ୍ଟର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଅନେକ ରୋଗୀ, ଯେଉଁମାନେ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେଉଛନ୍ତି, ସେମାନଙ୍କର ଭୋକ ହେବାର କ୍ଷମତା ହ୍ରାସ ପାଇପାରନ୍ତି । ଏପରି ପରିସ୍ଥିତିରେ, ଲୋକମାନେ କେଉଁ ଖାଦ୍ୟ ଖାଇବା ଉଚିତ୍ ତାହା ବୁଝିପାରନ୍ତି ନାହିଁ, ଯେଉଁମାନେ ଓମିକ୍ରନ୍, ଡେଲଟା କିମ୍ବା ଇନ୍ଫ୍ଲୁଏଞ୍ଜାରେ ସଂକ୍ରମିତ ହୋଇଥାନ୍ତି ସେମାନଙ୍କ କ୍ଷେତ୍ରରେ ଭୋକର କ୍ଷମତା ହ୍ରାସ ପାଇଥାଏ। ଓମିକ୍ରନ୍ ସଂକ୍ରମିତଙ୍କ ଗଳାରେ ପ୍ରବଳ ଯନ୍ତ୍ରଣା ହୁଏ ଏବଂ ଏହା ଏପରି ଲାଗେ ଯେ, ଗଳାରେ ଯେମିତି କିଛି ଅଟକିଯାଇଛି । କୌଣସି ତରଳ ପଦାର୍ଥ ପିଇବା ପରେ ମଧ୍ୟ ଗଳାରେ ସମାନ ଧରଣର ଯନ୍ତ୍ରଣା ଅନୁଭବ ହୁଏ ।
ତେବେ ଓମିକ୍ରନ ସମୟରେ କଣ ଖାଇବା ଜରୁରୀ ଓ କଣ ଖାଇବା ଜରୁରୀ ନୁହେଁ ଚାଲନ୍ତୁ ଜାଣିବା…
ତ୍ରୁଣଜାତୀୟ ବା ଶାଗମୁଗ ଖାଇବା ଦ୍ୱାରା ଶରୀରକୁ ପୋଷଣ ମିଳିଥାଏ । ପାଳଙ୍ଗ, ସୋରିଷ, ବନ୍ଧାକୋବି, ଫୁଲକୋବି ଖାଇବା ଦରକାର। ଏହାଛଡ଼ା ମେଥିର ତରକାରୀ ଖାଇବା ମଧ୍ୟ ଦରକାର । ଏହାଦ୍ୱାରା ସଂକ୍ରମଣକୁ ଲଢିବାକୁ ସାହାଯ୍ୟ ମିଳିବ।
ଯେଉଁମାନେ ଓମିକ୍ରନରେ ସଂକ୍ରମିତ ସେମାନେ ଯେତେ ପାରିବେ କିଛି ହାଲକା ଖାଦ୍ୟ ଖାଇବା ଦରକାର । ଆପଣ ଏହି ସଂକ୍ରମଣ ସମୟରେ ପ୍ରୋଟିନ ଶେକ୍ ମଧ୍ୟ ପିଇବା ଜରୁରୀ। ଯଦି ଗଳାରେ ଯନ୍ତ୍ରଣା ଅନୁଭବ କରନ୍ତି ତେବେ ପ୍ରୋଟିନ ପାଉଡରକୁ କ୍ଷୀର କିମ୍ବା ପାଣିରେ ମିଶାଇ ପିଇବା ଜରୁରୀ।
ଓମିକ୍ରନ୍ ସଂକ୍ରମିତଙ୍କ ପାଇଁ ତରଳ ପଦାର୍ଥ ଖାଇବା ଅତ୍ୟନ୍ତ ଜରୁରୀ । ଏମିତି ତରଳ ପଦାର୍ଥ ପିଅନ୍ତୁ ଯେଉଁଥିରେ ଇଲେକ୍ଟ୍ରୋଲାଇଟ୍ ଥାଏ, ବିଶେଷତଃ ଝାଡ଼ା ଏବଂ ବାନ୍ତି କ୍ଷେତ୍ରରେ ତରଳ ପଦାର୍ଥ ଜରୁରୀ। ଇଲେକ୍ଟ୍ରୋଲାଇଟ୍ ଧାରଣ କରିଥିବା ଏକ ପାନୀୟ ପିଇବା ଦ୍ୱାରା ଶରୀରରେ ସୋଡିୟମର ପରିମାଣ ମଧ୍ୟ ସ୍ୱାଭାବିକ ହେବ ।ସାଇଟ୍ରସ୍ ଫଳରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଭିଟାମିନ ସି ବହୁତ କାର୍ଯ୍ୟକାରୀ ହୋଇଥାଏ।
