ରାଜ୍ୟର ସବୁ ଡାକ୍ତରଖାନାକୁ କରୋନାର ପୂର୍ବ ଲହର ଭଳି ପ୍ରସ୍ତୁତ କରାଯାଇଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: କରୋନା ଭାଇରସ୍ ଦେଶରେ ଯେମିତି ବଢୁଛି ଓଡ଼ିଶାରେ ମଧ୍ୟ ସେମିତି ବଢ଼ିଚାଲିଛି । ତଥ୍ୟ ଅନୁସାରେ ଆଗକୁ ଆହୁରି ବଢ଼ିପାରେ ଏବଂ ଏବେ ଠାରୁ କିଛି କହି ହେବନି ଯେ ସଂକ୍ରମଣ କେବେ କମିବ । ମହାମାରୀ ନିୟନ୍ତ୍ରଣ ପିଲିସି ହେଲା ସର୍ଭିଲାନ୍ସ, ଆଇସୋଲେଟ୍, ଚିହ୍ନିବା, ଠିକ୍ରେ ଚିକିତ୍ସା କରିବା, ହୋମ୍ ଆଇସୋଲେସନ୍ରେ ମନିଟରିଂ କରିବା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର କହିଛନ୍ତି ଯେ, ହୁଏତ ରାଜ୍ୟରେ ଏବେ ଏତେ ସଂକ୍ରମଣ ନାହିଁ, ଯେଉଁଥି ପାଇଁ ବେଡର ହେବ । ସଂକ୍ରମଣ ଆଗକୁ ବଢିଲେ ମଧ୍ୟ ରୋଗୀଙ୍କୁ ବେଡର ଅଭାବ ହେବନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ ଅନୁସାରେ ସବୁ ମେଡିକାଲ୍କୁ କରୋନାର ପୂର୍ବ ଲହର ଭଳି ପ୍ରସ୍ତୁତ କରାଯାଇଛି । ରାଜ୍ୟର ସୀମାନ୍ତ ଅଂଚଳକୁ ସ୍ଥାନୀୟ ପ୍ରଶାସନ ତରଫରୁ ନଜର ରକ୍ଷାଯାଇଛି । ବିଦେଶରୁ ଫେରିଲେ ୭ଦିନ ସଂଗରୋଧରେ ରହିବ ବାଧ୍ୟତାମୂଳକ କରାଯାଇଛି । ପୁଣି ଗୃହ ସଂଗରୋଧ ଶେଷ ହେବାର ୮ମ ଦିନ କରୋନା ଟେଷ୍ଟ ହେଲା ପରେ ସଂପୃକ୍ତ ବ୍ୟକ୍ତିଙ୍କ ନମୁନା ରିପୋର୍ଟ ନେଗେଟିଭ୍ ଆସିଲେ ସେ ସର୍ବସାଧାରଣରେ ମିଶି ପାରିବେ । ଛୋଟ ପିଲା ମାନଙ୍କ ଆକ୍ରାନ୍ତ ସଂଖ୍ୟା ୧୦ରୁ୧୫ ପ୍ରତିଶତ ଭିତରେ ରହୁଛି । ଆଗରୁ ମଧ୍ୟ ଆକଳନ କରାଯାଇ ଥିଲା ୧୦ରୁ୧୨ ପ୍ରତିଶତ ରହିବ ।
