ଭାରସାମ୍ୟ ହରାଇ ଓଲଟିଲା କାର: ୨ ମୃତ, ୨ ଗୁରୁତର
ଯାଜପୁର : ପାଣିକୋଇଲି ଧନପୁର ଛକରେ ଓଲଟିଲା କାର। ବିଳମ୍ବିତ ରାତ୍ରିରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ଦ୍ବୟ ହେଲେ କନ୍ତୋର ଗାଁର ଦେବାଶିଷ ନାୟକ ଓ ଝାଟିଆସାହି ଗାଁର ଚନ୍ଦନ ମହାଳିକ।
ପାଣିକୋଇଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଅଢେଇବାଟିଆ ନିକଟରେ ଏକ କାର କଲଭର୍ଟରେ ପିଟି ହୋଇ ତଳକୁ ଖସି ପଡିଛି । ଫଳରେ ରାସ୍ତା କଡରେ ଥିବା ଏକ ଜଳ ପୂର୍ଣ୍ଣ ଖଳରେ କାରଟି ଓଲଟି ସମ୍ପୂର୍ଣ ବୁଡ଼ିଯାଇଥିଲା। କାରରେ ଥିବା ୪ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ କଟକ ବଡମେଡିକାଲ ସ୍ଥାନାନ୍ତର ହୋଇଛନ୍ତି । ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।
