ସୋମବାରରୁ ବାହାର ଜିଲା ଲୋକଙ୍କ ପାଇଁ ପୁରୀ ସ୍ଵର୍ଗଦ୍ଵାର ମନା
ପୁରୀ : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ରାଜ୍ୟ ସରକାର ବିଭିନ୍ନ କଟକଣା ଲାଗୁ କରିଥିବା ବେଳେ ବାହାର ଜିଲାର ଲୋକଙ୍କୁ ସ୍ୱର୍ଗଦ୍ୱାରା ବାରଣ କରିଛନ୍ତି ପୁରୀ ଜିଲା ପ୍ରଶାସନ। ଏହି କଟକଣା ଆସନ୍ତା ୧୦ ତାରିଖରୁ ଲାଗୁ ହେବ। ଏହା ପରେ କେବଳ ଜିଲା ଭିତର ଲୋକେ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ। ତେବେ ଶବଦାହ ପୁର୍ବରୁ ମୃତକ କୋଭିଡରେ ସଂକ୍ରମିତ କି ନୁହେଁ ତାହାର ରିପୋର୍ଟ ଦେଖାଇବାକୁ ପଡିବ।
ରାଜ୍ୟର ବିଭିନ୍ନ ସ୍ଥାନରୁ ଦୈନିକ ଶହ ଶହ ଲୋକେ ଶବଦାହ କରିବା ପାଇଁ ପୁରୀ ସ୍ୱର୍ଗ ଦ୍ୱାରାରେ ଭିଡ ଲଗାଇ ଥାଆନ୍ତି। ରାଜ୍ୟରେ ବଢୁଥିବା ସଂକମଣ ମାମାଲା ମଧ୍ୟରେ ସ୍ୱର୍ଗ ଦ୍ୱାର କର୍ମଚାରୀମାନେ ମଧ୍ୟ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ୱର୍ଗ ଦ୍ୱାର ପରିଚାଳନା କମିଟି ଏବଂ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ପରେ ଏହି ନିଷ୍ପତି ନିଆଯାଇଛି। ସେପଟେ ଅନ୍ୟ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି କ୍ରମେ ପୁରୀ ଜିଲା ପ୍ରଶାସନ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ଏବଂ ଛତିଶା ନିଯୋଗ ବୈଠକରେ ଆସନ୍ତା ୧୦ ତାରିଖରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ ବୋଲି ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହି ସମୟରେ କେବଳ ଶ୍ରୀମନ୍ଦିରରେ ଦୈନିକ ରୀତିନୀତି ଚାଲିବ।
